ରାମାୟଣର ସୀତା ସାଜିବେ ଦୀପିକା

0 556


ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକୋନ୍ ଖୁବ୍ ଶୀଘ୍ର ରାମାୟଣର ସୀତା ଚରିତ୍ରରେ ପର୍ଦ୍ଦାକୁ ଓହ୍ଲାଇବେ । ଆଉ ତାଙ୍କର ରାମ କିଏ ହେବେ ଜାଣନ୍ତି? ହ୍ରିତିକ୍ ରୋଶନ୍ । ଆପଣ ତ ଜାଣନ୍ତି, ହ୍ରିତିକ୍ ରୋଶନଙ୍କ ଅଭିନୀତ ‘ସୁପର୍ ୩୦’ ବକ୍ସ ଅଫିସରେ ସଫଳ ହେବା ପରେ ତାଙ୍କୁ ନିଜ ନିଜ ଫିଲ୍ମରେ ନେବା ପାଇଁ ଧାଡ଼ି ଲଗାଇଲେଣି ନିର୍ମାତା, ନିର୍ଦ୍ଦେଶକ । ହ୍ରିତିକ୍ଙ୍କ ହାତରେ ହୋମ୍ ପ୍ରଡକ୍ସନର ଫିଲ୍ମ ‘କ୍ରିଶ୍ ୪’ ତ ଅଛି ପୁଣି ଫରାହ ଖାନ୍ ଓ ରୋହିତ ସେଟ୍ଟୀଙ୍କ ନୂଆ ଫିଲ୍ମ ‘ସତ୍ତେ ପେ ସତ୍ତା’ରେ ଅଭିନୟ କରୁଛନ୍ତି ହ୍ରିତିକ୍ ।

hiring

ଏବେ ଶୁଣିବାକୁ ମିଳୁଛି ନିର୍ଦ୍ଦେଶକ ନୀତେଶ ତିୱାରୀ ଏବଂ ରବି ଉଦୟାବର ରାମାୟଣ ଫିଲ୍ମ ନିର୍ମାଣ କରିବେ । ଏଥିରେ ରାମ ଚରିତ୍ର ପାଇଁ ସେମାନେ ହ୍ରିତିକ୍ଙ୍କୁ ଅନୁରୋଧ କରିଥିଲେ । ହ୍ରିତିକ୍ ସେମାନଙ୍କ ଅନୁରୋଧ ମଧ୍ୟ ରଖିଛନ୍ତି । ଏହା ଏକ ବିଗ୍ ବଜେଟର ଫିଲ୍ମ ହେବ ଓ ଉଭୟ ହିନ୍ଦୀ ଏବଂ ତାମିଲ୍ ଭାଷାରେ ରିଲିଜ୍ ହେବ । ହିତିକ୍ଙ୍କ ବିପକ୍ଷରେ ଅର୍ଥାତ୍ ସୀତା ଚରିତ୍ର ପାଇଁ ନିର୍ମାତା ଦୀପିକାଙ୍କୁ ନେବାକୁ ଚାହୁଁଛନ୍ତି । ଦୀପିକାଙ୍କୁ ଏ ବାବଦରେ ଜଣାଇଦିଆଯାଇଛି । ତେବେ ଦୀପିକା ତାଙ୍କ ଜବାବ ଶୁଣାଇନାହାନ୍ତି । ଯଦି ଦୀପିକା ଏ ପ୍ରସ୍ତାବରେ ରାଜି ହୁଅନ୍ତି, ତେବେ ହ୍ରିତିକ୍ଙ୍କ ସହ ଏହା ତାଙ୍କର ପ୍ରଥମ ଫିଲ୍ମ ହେବ । ଫିଲ୍ମଟି ୩ଡିରେ ସୁଟିଂ ହେବ ବୋଲି
କୁହାଯାଉଛି ।

hiranchal ad1
Leave A Reply

Your email address will not be published.

18 + sixteen =