ଏହି ବଲିଉଡ ନାୟିକା ୬ମାସ ହରାଇଥିଲେ ସ୍ମୃତି ଶକ୍ତି

0 538

ନିଜର ଫିଟନେସ୍, ଷ୍ଟାଇଲ୍ ଓ ଡ୍ୟାନ୍ସର ମୁଭ୍ସ୍ ପାଇଁ ଅଭିନେତ୍ରୀ ଦିଶା ପଟାନୀ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସେ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଥାନ୍ତି । ଦିଶାଙ୍କର ବୋଲ୍ଡ ଓ ସ୍ପୋର୍ଟି ଲୁକ୍ ତାଙ୍କର ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଥାଏ । କିନ୍ତୁ ଦିଶା ନିଜ ବିଷୟରେ ଏକ ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି । ଥରେ ଟ୍ରେନିଙ୍ଗ ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ଦ୍ୱାରା ଛ’ମାସ ପର୍ଯ୍ୟନ୍ତ ତାଙ୍କର ସ୍ମୃତି ଶକ୍ତି ନଥିଲା । ଏହି ଆଘାତ କଂକ୍ରିଟ୍ ଫ୍ଲୋରରେ ପଡିଯିବାରୁ ହୋଇଥିଲା । ଏହାଦ୍ୱାରା ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।

hiring

ଏହି ସମୟରେ ତାଙ୍କର କୌଣସି କଥା ମନେ ନଥିଲା ବୋଲି ଦିଶା କହନ୍ତି । ଏହା ସତ୍ତେ୍ୱ ମଧ୍ୟ ତାଙ୍କର ଜିମ୍ନାଷ୍ଟିକ୍ସ ଓ ମିକ୍ସଡ୍ ମାର୍ଶାଲ ଆର୍ଟ ପ୍ରତି ଆଗ୍ରହ କମି ନଥିଲା । ଏନର୍ଜୀ ଲେଭେଲ୍ କଥା ଆସିଲେ ଦିଶା ତାଙ୍କର ବୟଫ୍ରେଣ୍ଡ ଓ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଟକ୍କର ଦେବାର ଦେଖାଯାଏ । ଦିଶାଙ୍କ ଅନୁସାରେ ଯେ ପର୍ଯ୍ୟନ୍ତ ନିଜର ହାଡ ଭାଙ୍ଗିନାହିଁ । ସେ ପର୍ଯ୍ୟନ୍ତ କୌଣସି ଉଚ୍ଚ ସ୍ଥନକୁ ପହଞ୍ଚିପାରିବ ନାହିଁ । ଦିଶାଙ୍କର ଇନ୍ଷ୍ଟାଗ୍ରାମରେ ୨୦ ମିଲିଅନ୍ ଫଲୋଅର୍ସ ଅଛନ୍ତି । ଦିଶା ମଧ୍ୟ ୧୬୦ ଜଣଙ୍କୁ ଫଲୋ କରନ୍ତି । ଦିଶା ତାଙ୍କ ଆକାଉଣ୍ଟରେ ଡ୍ୟାନ୍ସ, ୱାର୍କଆଉଟ୍ ଓ ଷ୍ଟଣ୍ଟର ପୋଷ୍ଟ ଅଧିକ କରିଥାନ୍ତ ।

hiranchal ad1
Leave A Reply

Your email address will not be published.

3 × three =