ଘୋଷଣା ହେଲା ଅମୀର ଖାନ୍‌ଙ୍କ ନୂଆ ସିନେମା

0 521

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନ୍‌ ନିଜର ପରବର୍ତ୍ତୀ ସିନେମାର ନାଆଁ ଘୋଷଣା କରିଛନ୍ତି। ଏହି ସିନେମା ହେଲା ଓସ୍କାର ଆଓ୍ଵାର୍ଡ ଲାଭ କରିଥିବା ଫିଲ୍ମ ‘ଫରେଷ୍ଟ ଗଂପ୍‌’ର ରିମେକ୍‌। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅଦ୍ୱୈତ ଚନ୍ଦନ। ଅଦ୍ୱୈତ ଚନ୍ଦନ ପୂର୍ବରୁ ‘ସିକ୍ରେଟ୍‌ ସୁପରଷ୍ଟାର୍‌’ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଅମୀର ଖାନ୍‌ଙ୍କ ଏହି ନୂଆ ସିନେମାର ଟାଇଟଲ ରହିଛି ‘ଲାଲ୍‌ ସିଂହ ଚଢ଼ା’।

hiring

ବହୁ ଦିନ ତଳୁ ଅମୀର ଖାନ୍‌ଙ୍କ ପାଖରେ ‘ଫରେଷ୍ଟ ଗଂପ୍‌’ର ରିମେକ୍‌ ରାଇଟ୍‌ସ ଥିଲା। ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ସୁପରଫ୍ଲପ୍‌ ହେବା ପରେ ଅମୀର ଖାନ୍‌ କେଉଁ ଫିଲ୍ମରେ କାମ କରିବେ,ତା’କୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ‘ଲାଲସିଂହ ଚଢ଼ା’ଫିଲ୍ମ ଘୋଷଣା ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କୁହାଯାଉଛି ଯେ,ଖୁବ୍‌ଶୀଘ୍ର ଏହି ସିନେମାର ନାୟିକାଙ୍କ ନାଆଁ ଘୋଷଣା କରାଯିବ। ସବୁଠାରୁ ବଡ଼ କଥା ହେଲା ଯେ ୨୦୨୦ ମସିହା ଦୀପାବଳି ଅବସରରେ ଏହି ସିନେମା ରିଲିଜ୍‌ ହେବ।

hiranchal ad1
Leave A Reply

Your email address will not be published.

three × three =