ଅନନ୍ୟାଙ୍କ ଖୁସି କହିଲେ ନସରେ

0 116

ଚଙ୍କି ପାଣ୍ଡେଙ୍କ ସୁନ୍ଦରୀ ଚୁଲବୁଲୀ ଝିଅ ଅନନ୍ୟା ପାଣ୍ଡେ ଆଜିକାଲି ଚର୍ଚ୍ଚାରେ । ତାଙ୍କ ଅଭିନୀତ ‘ଖାଲିପିଲି’କୁ ନେଇ ଜୋର୍‌ସୋର୍‌ରେ ପ୍ରଶଂସା ଚାଲିଛି । ଅନନ୍ୟା ଏବେ ମୁମ୍ବଇରେ ଥିବାବେଳେ ତାଙ୍କ ବାପା, ମା ଓ ସାନ ଭଉଣୀ ସମସ୍ତେ ଦୁବାଇରେ । ଚଙ୍କି ଏକ ସୁଟିଂ ପାଇଁ ଦୁବାଇ ସପ୍ତାହେ ପାଇଁ ଯାଇଥିବାବେଳେ ପତ୍ନୀ ଓ ଝିଅ ମଧ୍ୟ ଲକ୍‌-ଡାଉନ୍ ତ୍ରାହିରୁ ମୁକ୍ତି ପାଇବା ନିମନ୍ତେ ଯାଇଥିବାର ପ୍ରକାଶ । ଅନନ୍ୟା ଯଦିଓ ପରିବାର ସହ ଦୁବାଇ ଯିବାକୁ ଚାହୁଁଥିଲେ କିନ୍ତୁ କାମକୁ ସେ ପ୍ରାଧାନ୍ୟ ଦେଇଛନ୍ତି । ଶକୁନ୍ ବାତ୍ରା ର୍ନିେଶିତ ଆଗାମୀ ଚଳଚ୍ଚ଼ିତ୍ରର ସୁଟିଂ ଗୋଆରେ ଶେଷ ହୋଇ ଏବେ ମୁମ୍ବଇରେ ଚାଲିଛି । ଏଣୁ ଅନନ୍ୟା ନିଷ୍ପତ୍ତି ନେଲେ ସେ କାମକୁ ଅଧାରୁ ଛାଡ଼ି ଯାଇପାରିବେନାହିଁ । ମା’ ଓ ସାନ ଭଉଣୀଙ୍କୁ କିନ୍ତୁ ସପିଂର ଲମ୍ବା ତାଲିକା ଧରାଇ ଦେଇଥିବାର ହସିହସି କହିଛନ୍ତି ଅନନ୍ୟା ।

hiranchal ad1
Leave A Reply

Your email address will not be published.

thirteen − eleven =