ଭଗବାନ ଶିବଙ୍କ ବଡ ଭକ୍ତ ଥିଲେ ସୁଶାନ୍ତ ସିଂ ରାଜପୁତ

0 43

ନୂଆଦିଲ୍ଲୀ : ଆଜି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ । ଗତ ବର୍ଷ ତାଙ୍କ ମୃତଦେହ ମୁମ୍ବାଇସ୍ଥିତ ତାଙ୍କ ଘରେ ମିଳିଥିଲା । ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ତାଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନେ ତାଙ୍କୁ ମନେ ପକାଇଛନ୍ତି । ଏହା ସହିତ ସ୍ୱର୍ଗତ ଅଭିନେତାଙ୍କ ବିଷୟରେ ଅନେକ ବିଶେଷ ଖୁଲାସା ମଧ୍ୟ କରିଛନ୍ତି । ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ସ୍କ୍ରିନ୍‌ ସ୍କ୍ରିପ୍‌ ଲେଖକ ରୁମି ଜାଫ୍‌ରେ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇଛନ୍ତି ।
ଅଭିନେତାଙ୍କ ମୃତ୍ୟୁ ବାର୍ଷିକୀରେ ରୁମି ଜାଫ୍‌ରେ ଇଂରାଜୀ ୱେବସାଇଟ୍‌ ଟାଇମ୍ସ ଅଫ୍‌ ଇଣ୍ଡିଆ ସହିତ କଥା ହୋଇଥିଲେ । ଏହି ସମୟରେ ସେ ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପରିବାର ସହ ସମ୍ପର୍କ ସହ ଜଡିତ ଅନେକ କଥା କହିଛନ୍ତି । ରୁମି ଜାଫ୍‌ରେ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ ଥିଲେ । ସେ ତାଙ୍କ ପାଭାନା ଫାର୍ମହାଉସରେ ଭଗବାନ ଶିବଙ୍କର ଏକ ବିରାଟ ପ୍ରତିମା ସ୍ଥାପନ କରିଥିଲେ ।
ରୁମି ଜାଫ୍ରି କହିଛନ୍ତି, ଆମେ ସମସ୍ତେ ଜାଣୁ ଯେ ସୁଶାନ୍ତ ସିଂ ରାଜପୁତ ଜଣେ ବଡ଼ ଶିବ ଭକ୍ତ ଥିଲେ । ମୁଁ ଯେତେବେଳେ ପାଭନାରେ ଥିବା ତାଙ୍କ ଫାର୍ମହାଉସକୁ ଯାଇଥିଲିି, ସେ ମୋତେ ତାଙ୍କ ଲନ୍‌କୁ ନେଇଗଲେ ଯେଉଁଠାରେ ସେ ମହାଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ।

hiranchal ad1
Leave A Reply

Your email address will not be published.

5 + twelve =