ଥଣ୍ଡା ପାଣି ପିଇବା ଦ୍ୱାରା ଉପୁଜୁଥିବା ସମସ୍ୟା

0 502

ଖରାଦିନେ ଖରାର ପ୍ରକୋପ ଅଧିକ ରହିବା ସହ ଶୋଷ ଲାଗିଥାଏ । ଯାହାଦ୍ୱାରା ଲୋକମାନେ ଅଧିକ ପାଣି ପିଇଥାନ୍ତି । ବିଶେଷ କରି ଥଣ୍ଡା ପାଣି ପିିଇବାକୁ ଲୋକମାନେ ପ୍ରାଧାନ୍ୟ ଦେଇଥାନ୍ତି । ଥଣ୍ଡା ପାଣି ପିଇବା ଦ୍ୱାରା କିଛି ସମୟ ପାଇଁ ଶାନ୍ତି ମିଳୁଥିଲେ ମଧ୍ୟ ପରେ ଶରୀରରେ ଅନେକ ସମସ୍ୟା ଦେଖା ଯାଇଥାଏ । ଖାସ୍‌ କରି ଓଜନ ବଢ଼ିବା ଭଳି ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଆସନ୍ତୁ ଜାଣିବା ଖରା ଦିନେ ଅଧିକ ଥଣ୍ଡା ପାଣି ପିିଇବା ଦ୍ୱାରା ଶରୀରରେ କ’ଣ ସବୁ ସମସ୍ୟା ଦେଖିବାକୁ ମିଳିଥାଏ ।

୧. ଥଣ୍ଟା ପାଣି ପିଇବା ଦ୍ୱାରା ଶରୀରରେ ଥିବା ଚର୍ବି ଶକ୍ତ ହୋଇ ଯାଇଥାଏ । ଯାହାଦ୍ୱାରା ଫ୍ୟାଟ୍‌ କମ୍‌ ହୋଇ ନହେବା ସହ ଯାହାଦ୍ୱାରା ଓଜନ କମ ହେବା ପରିବର୍ତ୍ତେ ବଢ଼ି ଯାଇଥାଏ ।

hiring

୨. ଅଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରରେ ମେଟାବଲିଜିମ୍‌ କମ ହୋଇ ଯାଇଥାଏ । ଯାହାଦ୍ୱାରା ଶରୀରର ଉର୍ଜା ସ୍ତର କମ୍‌ ହେବାକୁ ଲାଗିଥାଏ । କୌଣସି କାମ କରିବାକୁ ମନ ନ ହେବା ସହ ଧିରେ ଧିରେ ଅଳସୁଆପଣ ଆରମ୍ଭ ହୋଇ ଯାଇଥାଏ ।

୩. ଥଣ୍ଡା ପାଣି ପେଟକୁ ଯିବା ଦ୍ୱାରା ମଳକୁ ଶକ୍ତ କରି ଦେଇଥାଏ । ଯାହାଦ୍ୱାରା ପେଟ ସମ୍ବନ୍ଧିତ ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଯଦି ଆପଣଙ୍କ ପୂର୍ବରୁ ପେଟ ସମ୍ବନ୍ଧିତ ସମସ୍ୟା ରହିଛି, ତେବେ ଥଣ୍ଡା ପାଣି ପିିଇବା ବନ୍ଦ କରନ୍ତୁ ।

୪. କଡ଼ା ଖରାରୁ ଘରକୁ ଆସିବା ପରେ ଥଣ୍ଡା ପାଣି ପିଇବାକୁ ଭଲ ଲାଗିଥାଏ । କିନ୍ତୁ ୩-୪ ଢ଼ୋକ ପାଣି ପିଇବା ପରେ ଶୋଷ ମରି ଯାଇଥାଏ । ଯାହାଦ୍ୱାରା ଆପଣ ଅଧିକ ପାଣି ପିଇ ପାରନ୍ତି ନାହିଁ । ଅଧିକ ପାଣି ନ ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶ କମିବାର ସମସ୍ୟା ଦେଖା ଯାଇଥାଏ ।

hiranchal ad1
Leave A Reply

Your email address will not be published.

5 × 5 =