ବିଟ୍‌ , ଅମୃତଭଣ୍ଡା, କଖାରୁ ଓ ଗାଜର ରସ ପିଇଲେ ମିଳିଥାଏ ଏହି ଫାଇଦା

0 516

ଏବେ ଡେଙ୍ଗୁ ,ମାଲେରିଆର ସଂକ୍ରମଣ ଖୁବ୍‌ କ୍ଷୀପ୍ର ଗତିରେ ହେବାର ପରିଲକ୍ଷିତ ହେଉଛି। ଡେଙ୍ଗୁ ସଂକ୍ରମଣ ସମୟରେ ଶରୀରରେ ବ୍ଲଡ୍‌ ପ୍ଲେଟଲେଟ୍‌ ଶୀଘ୍ର ହ୍ରାସ ପାଇଥାଏ। ଏଣୁ ଖାଦ୍ୟରେ ଉପରୋକ୍ତ ଜିନିଷ ସାମିଲ୍‌ କରାଯିବାର ଆବଶ୍ୟକତା ରହିଛି।

ବିଟ୍‌ ଓ ଗାଜର ରସ:- ବିଟ୍‌ ରସରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ୍‌ସ ଥାଏ। ଯାହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦିନରେ ଯଦି ଦୁଇ ବା ତିନି ଚାମଚ ବିଟ୍‌ ରସକୁ ଏକ ଗ୍ଲାସ୍‌ର ଗାଜର ରସ ସହିତ ମିଶାଇ ପିଇବେ,ତେବେ ବ୍ଲଡ ପ୍ଲେଟ ଲେଟ୍‌ସ ତୀବ୍ର ଗତିରେ ବୃଦ୍ଧିପାଇଥାଏ।

hiring

ଅମୃତଭଣ୍ଡା ଓ ତା’ର ପତ୍ର ରସ:- ଅମୃତ ଭଣ୍ଡା ଓ ଅମୃତ ଭଣ୍ଡା ପତ୍ରର ରସକୁ ମିଶାଇ ସେବନ କରିଲେ ମଧ୍ୟ ବ୍ଲଡ ପ୍ଲେଟ ଲେଟ୍‌ସ ଶୀଘ୍ର ବୃଦ୍ଧି ପାଇଥାଏ। ଆପଣ ଚାହିଁଲେ ଉଭୟ ଅମୃତ ଭଣ୍ଡା ଓ ତା’ର ପତ୍ରକୁ ଫୁଟାଇ ଚାହା ଭଳି ଛାଣି ଗ୍ରିନ୍‌ଟି ଭଳି ପିଇ ପାରିବେ।

କଖାରୁ ରସ:- ଅଧା ଗ୍ଲାସ କଖାରୁ ଜୁସ୍‌ରେ ଦୁଇ ଚାମଚ ମହୁ ମିଶାଇ ଦିନରେ ଦୁଇ ଥର ସେବନ କରିଲେ ରକ୍ତରେ ପ୍ଲେଟଲେଟ୍‌ସର ସଂଖ୍ୟା ବଢ଼ିଥାଏ।

hiranchal ad1
Leave A Reply

Your email address will not be published.

nineteen − one =