ଶ୍ରାବଣ ମାସର ମହତ୍ତ୍ୱ

0 528

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ପବିତ୍ର ମାସ ଭାବରେ ମାନ୍ୟତା ରହିଛି । ଶାସ୍ତ୍ରରେ ମଧ୍ୟ ଶ୍ରାବଣ ମାସକୁ ବହୁତ ମହତ୍ତ୍ୱ ଦିଆଯାଇଛି । ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଏହି ମାସ ଜୁଲାଇ ଓ ଅଗଷ୍ଟ ମାସରେ ଆସେ । ଏହି ମାସରେ ଭଗବାନ ଶିବଙ୍କର ବିଶେଷ ପୂଜା କରାଯାଇଥାଏ । ଏହା ହିନ୍ଦୁ ପଚାଙ୍ଗର ପଞ୍ଚମ ମାସ । ଶ୍ରାବଣ ମାସର ସୋମବାରର ବ୍ରତର ମଧ୍ୟ ଗୁରୁତ୍ୱ ଅଧିକ । ଏହି ମାସରେ ଶ୍ରାବଣ ସ୍ନାନର ପରମ୍ପରା ରହିଛି ଯାହା ବିଗତ କିଛି ବର୍ଷ ହେବ ଚାଲି ଆସୁଛି । ହିନ୍ଦୁ ଧାର୍ମିକ ଗ୍ରନ୍ଥ ଶିବ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ସୋମବାରର ବ୍ରତ ରଖେ, ତାହାର ମନୋକାମନା ଭଗବାନ ଶିବ ପୂରଣ କରିଥାନ୍ତି । ଏହି କାରଣରୁ ଭକ୍ତମାନେ ଜ୍ୟୋର୍ତିଲିଙ୍ଗକୁ ଦର୍ଶନ କରିବାକୁ ଯାଆନ୍ତି । ଭକ୍ତମାନେ ଏହି ମାସରେ ବୋଲବମ୍ ଯାତ୍ରାରେ ଯାଆନ୍ତି । ଲକ୍ଷାଧିକ ଭକ୍ତ ଏହି ସମୟରେ ବିଭିନ୍ନ ଶିବ ମନ୍ଦିରରେ ପାଣି ଢାଳିବାର ଦେଖାଯାଇଥାଏ । ଏହି ଭକ୍ତମାନେ ରାତିରେ କୌଣସି ସାର୍ବଜନିକ ସ୍ଥାନରେ ବିଶ୍ରାମ କରନ୍ତି ଓ ସକାଳୁ ଉଠି ପୁଣି ଚାଲନ୍ତି । ଶିବ ଭକ୍ତମାନେ ଏହି ସମୟରେ ଦେଶର ବିଭିନ୍ନ ସ୍ଥାନ ଯଥା ହରିଦ୍ୱାର ଓ ଗଙ୍ଗୋତ୍ରୀ ସହିତ ଅନେକ ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ଦେଖାଯାଏ ।

hiranchal ad1
Leave A Reply

Your email address will not be published.

sixteen − one =