ମଧ୍ୟକ୍ରମକୁ ଅଯଥାରେ ଟାର୍ଗେଟ୍ କରାଯାଉଛି: ବିରାଟ କୋହଲି

0 554

ନୂଆଦିଲ୍ଲୀ: ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଟିମ୍ ଇଣ୍ଡିଆ ବ୍ୟାଟିଂ ମଧ୍ୟକ୍ରମକୁ ନେଇ ତୀବ୍ର ସମାଲୋଚନା ଚାଲିଛି । ଏଭଳି ସମାଲୋଚନାକୁ ଅଧିନାୟକ ବିରାଟ କୋହଲି ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଯେ, ମଧ୍ୟକ୍ରମକୁ ନେଇ ସମୀକ୍ଷକମାନେ କାହିଁକି ଏତେ ସମାଲୋଚନା କରୁଛନ୍ତି ତାହା ମୁଁ ବୁଝିପାରୁ ନାହିଁ । ଗୋଟିଏ, ଦୁଇଟି ମ୍ୟାଚ୍ରେ ପ୍ରଦର୍ଶନକୁ ଆଧାର କରି ମଧ୍ୟକ୍ରମରେ ଖେଳୁଥିବା ଖେଳାଳିମାନଙ୍କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ଏହାଦ୍ୱାରା ବ୍ୟାଟ୍ସମ୍ୟାନ୍ମାନଙ୍କ ମନୋବଳ ଭାଙ୍ଗିଯାଇପାରେ । ଗୋଟିଏ ଦୁଇଟି ମ୍ୟାଚ୍ରେ ଯଦି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ମାନେ ବିଫଳ ହେଲେ ତା’ ଅର୍ଥ ନୁହେଁ ଯେ, ସବୁ ମ୍ୟାଚ୍ରେ ସେମାନେ ବିଫଳ ହେବେ । ଅନେକ ସମୟରେ ଶୀର୍ଷ ଭାଗର ବ୍ୟାଟ୍ସମ୍ୟାନ୍ମାନେ ମଧ୍ୟ ବିଫଳ ହୋଇଛନ୍ତି ।

hiring

କିନ୍ତୁ ତାହାକୁ ନେଇ ଏତେ ଆଲୋଚନା ଓ ସମାଲୋଚନା ହୋଇନଥାଏ । ସମସ୍ତଙ୍କ ନଜର ମଧ୍ୟକ୍ରମ ଉପରେ ରହିଥାଏ । ସମଗ୍ର ବ୍ୟାଟିଂ ଲାଇନ୍ର ଏହି ମଧ୍ୟକ୍ରମ ବା ମଧ୍ୟଭାଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବହୁ ସମୟରେ ଏହି ଭାଗରେ ଖେଳୁଥିବା ବ୍ୟାଟ୍ସମ୍ୟାନ୍ମାନେ ଚମତ୍କାର ପ୍ରଦର୍ଶନ କରନ୍ତି । କିନ୍ତୁ ବିଶ୍ୱକପରେ ମଧ୍ୟକ୍ରମର ପ୍ରଦର୍ଶନକୁ ନେଇ ଯେଭଳି ଆଲୋଚନା କରାଯାଉଛି ତାହା ଅନୁଚିତ୍ ବୋଲି କୋହଲି ମତ ରଖିଛନ୍ତି । ସେହିପରି, ୱେଷ୍ଟଇଣ୍ଡିଜ୍ ଗସ୍ତରୁ କୋହଲିଙ୍କୁ ସଂପୂର୍ଣ୍ଣ ଭାବେ ବିଶ୍ରାମ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା; କିନ୍ତୁ ଦଳ ଘୋଷଣା ପରେ ସେହି ଚର୍ଚ୍ଚା ଭିନ୍ନ ରୂପ ଧାରଣ କରିଛି । ତେବେ କେତେକ ମହଲରେ ପ୍ରଶ୍ନ ଉଠିଛି ଯେ, କୋହଲିଙ୍କୁ କାହିଁକି ବିଶ୍ରାମ ଦିଆଗଲା ନାହିଁ ? ଏହା ଉପରେ ନିଜେ କୋହଲି କହିଛନ୍ତି ଯେ, ଦଳ ଚୟନ ପୂର୍ବରୁ ବିଶ୍ରାମ ପ୍ରସଙ୍ଗରେ ମୋ ସହିତ କେହି କୌଣସି ଆଲୋଚନା କରିନାହାଁନ୍ତି । ମୁଁ ବିଶ୍ରାମରେ ରହିବି କି ନରହିବି ସେ ନେଇ ମଧ୍ୟ ମୋତେ କେହି ପଚାରି ନାହାଁନ୍ତି । ଦଳ ଘୋଷଣା ଚୟନ କମିଟିର ସଂପୂର୍ଣ୍ଣ ଅଧିକାର ଅର୍ନ୍ତଭୁକ୍ତ ପ୍ରସଙ୍ଗ । ତେଣୁ ଏହା ଉପରେ ମୋର କିଛି କହିବାର ନାହିଁ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

four + 13 =