ଜାଣନ୍ତୁ, ଅଗ୍ନି ପରିକ୍ରମା ସମୟରେ ନବବଧୂ ଆଗରେ ରହେ କାହିଁକି ?

0 572

ସ୍ୱୟଂ ଦେବତାମାନେ ମଧ୍ୟ ନାରୀକୁ ପ୍ରଥମ ସ୍ଥାନ ପ୍ରଦାନ କରି ଅଛନ୍ତି । ନାରୀଜାତି ମାତୃଜାତି ହୋଇଥିବାରୁ ସେ ସଦାସର୍ବଦା ଅଗ୍ରପୂଜ୍ୟ ଅଟେ । ଦେବତାଙ୍କର ନାମ ସ୍ମରଣ ବା ଜପ ସମୟରେ ଆପଣ ନିଶ୍ଚିତ ଶୁଣିଥିବେ ରାଧେ କୃଷ୍ଣ, ସୀତା-ରାମ, ଗିରିଜା ଶଙ୍କର ଇତ୍ୟାଦି ଶବ୍ଦ । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଦେବତାମାନେ ଯେତେବେଳେ ନାରୀକୁ ଅଗ୍ରପୂଜ୍ୟ ମାନୁଛନ୍ତି, ଆମେ ତାହା ମାନିବାକୁ ବାଧ୍ୟ ଅଟୁ, ତେଣୁ ସେହି କାରଣରୁ ବଧୂ ଅଗ୍ନି ପରିକ୍ରମା ସମୟରେ ଆଗେ ଆଗେ ଚାଲେ ଓ ବର ପଛେ ପଛେ ଚାଲେ । ବିବାହ ବେଦୀରେ ବରକୁ ଇନ୍ଦ୍ରସମ ମାନ୍ୟତା ଦିଆଯାଇଥାଏ । ସେଥିପାଇଁ ଇନ୍ଦ୍ରକାଳେ କ୍ରୋଧାନ୍ୱିତ ହୋଇ କୌଣସି ଅଘଟଣ ଘଟାଇବେ ସେଥିପାଇଁ କନ୍ୟା ଆଗରେ ଓ ବର ପଛରେ ଯାଏ । ତାଙ୍କ ଲୁଗା ଚାନ୍ଦୁଆ ଭଳି ଟଣାଯାଏ ।

hiranchal ad1
Leave A Reply

Your email address will not be published.

16 + 12 =