ଶସ୍ତା ହେଲା ସୁନା ଓ ରୁପା; ଜାଣନ୍ତୁ କଣ ରହିଛି ଆଜିର ଦାମ୍

0 74

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଘରୋଇ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ସୁନାର ମୂଲ୍ୟ ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଏମସିଏକ୍ସରେ, ସୁନା ୦.୦୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୭,୪୦୬ ଟଙ୍କା ହୋଇଛି । ସେହିପରି ରୂପା ଦାମ୍ ୦.୧୩ ପ୍ରତିଶତ ହ୍ରାସ ପାଇ ୬୫,୨୦୮ କିଲୋଗ୍ରାମରେ ପହଞ୍ଚିଛି । ପୂର୍ବ ଅଧିବେଶନରେ ସୁନା ୦.୧୭ ପ୍ରତିଶତ ଶସ୍ତା ହୋଇଥିଲା ଏବଂ ରୂପାର ଦାମ୍ ୦.୧୯ ପ୍ରତିଶତ ବୃଦ୍ଧି ହୋଇଥିଲା । ଆଜି ବିଶ୍ୱ ବଜାରରେ ସୁନା ୦.୨ ପ୍ରତିଶତ ବୃଦ୍ଧି ହୋଇ ୧,୮୨୬.୭୫ ଡଲାରରେ ପହଞ୍ଚିଛି। ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ରୂପା ୦.୪ ପ୍ରତିଶତ ବୃଦ୍ଧି ପାଇ ୨୪.୭୬ ଡଲାରରେ ଏବଂ ପ୍ଲାଟିନମ୍ ୧,୦୨୦.୨୬ ଡଲାର ହୋଇଛି । ଡଲାର ତୁଳନାରେ ଟଙ୍କାର ଉଚ୍ଚାନିଚ୍ଚା ସୁନାର ଦାମ୍ କୁ ପ୍ରଭାବିତ କରିଛି । କେବଳ ସୁନା ନୁହେଁ ବରଂ ଅନ୍ୟାନ୍ୟ ଧାତୁର ମୁଲ୍ୟ ପ୍ରଭାବିତ ହେଉଛି ।

hiranchal ad1
Leave A Reply

Your email address will not be published.

five − 4 =