ଇତିହାସ ରଚିଲା ଭାରତ : ଜହ୍ନମାମୁ ଅଭିମୁଖେ ଚନ୍ଦ୍ରଯାନ-୨

0 613

ଶ୍ରୀହରିକୋଟା : ଭାରତୀୟ ମହାକାଶ ଇତିହାସରେ ଆଜି ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଭାରତ ଆଜି ତା’ର ଚନ୍ଦ୍ର ଯାତ୍ରା ଆରମ୍ଭ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଇସ୍ରୋ ପକ୍ଷରୁ ଅପରାହ୍ନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ଉତ୍କ୍ଷେପଣ କରାଯାଇଛି । ଉତ୍କ୍ଷେପଣ କାର୍ଯ୍ୟ ସଂପୂର୍ଣ୍ଣ ସଫଳ ହୋଇଛି । ଏଥିସହିତ ଇସ୍ରୋ ଏ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି । ଆମେରିକା, ଚାଇନା ଓ ଋଷ୍ ପରେ ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ପାଇଛି । ଇସ୍ରୋର ଜିଏସ୍ଏଲ୍ଭି-ଏମ୍କେ-୩ ଦ୍ୱାରା ଚନ୍ଦ୍ରଯାନ-୨କୁ ଚନ୍ଦ୍ରକୁ ପଠାଯାଇଛି । ଏହି ଜିଏସ୍ଏଲ୍ଭି-ଏମ୍କେ-୩ ଇସ୍ରୋର ବାହୁବଳୀ ଭାବେ ପରିଚିତ । ଲ୍ୟାଣ୍ଡର ବିକ୍ରମ୍ ଓ ରୋଭର ପ୍ରଜ୍ଞାକୁ ନେଇ ଗଠିତ ଚନ୍ଦ୍ରଯାନ-୨ରେ ୧୪ଟି ପେ ଲୋଡ୍ ପଠାଯାଇଛି । ଏହା ମଧ୍ୟରୁ ୮ଟି ଅର୍ବିଟରରେ ରହିଥିବା ବେଳେ ବିକ୍ରମରେ ଚାରୋଟି ଓ ପ୍ରଜ୍ଞାରେ ୨ଟି ପେ ଲୋଡ୍ ରହିଛି ।

hiring

ଚନ୍ଦ୍ରଯାନ-୨ ୪୮ ଦିନ ପରେ ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରିବ । ଏହି ପ୍ରକଳ୍ପ ପାଇଁ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗତ ୧୫ ତାରିଖରେ ଚନ୍ଦ୍ରଯାନ-୨କୁ ପଠାଯିବାର ଥିଲା । ତେବେ କ୍ରାୟୋଜେନିକ୍ ଇଞ୍ଜିନ୍ ତୃଟି ପରିଲକ୍ଷିତ ହେବାରୁ ଶେଷ ମୁହୂର୍ତ୍ତରେ ଏହାର ଉତ୍କ୍ଷେପଣକୁ ସ୍ଥଗିତ ରଖାଯାଇଥିଲା । ଆଜି ହୋଇଥିବା ଉତ୍କ୍ଷେପଣର ପ୍ରଥମ ପର୍ଯ୍ୟାୟ ସଂପୂର୍ଣ୍ଣ ସଫଳ ରହିଛି । ୧୬ ମିନିଟ୍ ପରେ ଚନ୍ଦ୍ରଯାନକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରାଯାଇଛି । ଏହାପରେ ଚନ୍ଦ୍ରଯାନ-୨ ରକେଟରୁ ଅଲଗା ହୋଇଛି । ଏହାକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଯିବ । ଚନ୍ଦ୍ରଯାନ-୨ ଆଗାମୀ ଦିନରେ ୧୫ଟି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବ । ପ୍ରକାଶଥାଉକି, ଭାରତ ୨୦୦୮ରେ ଚନ୍ଦ୍ରଯାନ-୧ ପ୍ରେରଣ କରିଥିଲା । ଯାହା ଦଶ ମାସ ପର୍ଯ୍ୟନ୍ତ ଚନ୍ଦ୍ର ପରିକ୍ରମା କରି ଇସ୍ରୋର ଅଭିଯାନକୁ ସଫଳ କରିଥିଲା । ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ କରିବାର ଶ୍ରେୟ ଏହି ଅଭିଯାନକୁ ଦିଆଯାଏ । ଇସ୍ରୋର ପ୍ରମୁଖ ପ୍ରବକ୍ତା କେ ଶିବମ୍ କହିଛନ୍ତି ଯେ, କ୍ରାୟୋଜେନିକ୍ ଇଂଜିନରେ ଥିବା ତୃଟି ସୁଧାରିବା ପରେ ଆମେ ଏହାକୁ ଉତ୍କ୍ଷେପଣ କରିବା ଲାଗି ସମର୍ଥ ହୋଇପାରୁଛୁ । ଆଜି ଉତ୍କ୍ଷେପଣ ପୂର୍ବରୁ ତିରୁମାଲାରେ ଭଗବାନ୍ ଭେଙ୍କେଟେଶ୍ୱରଙ୍କ ପୂଜାର୍ଚ୍ଚନା କରିଥିଲେ ଶିବ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ ୧୩ଟି ପେ ଲୋଡ୍ ନେଇ ମହାକାଶକୁ ଯାତ୍ରା କରିଛି । ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରିବାର ଚାରି ଦିନ ପୂର୍ବରୁ ଲ୍ୟାଣ୍ଡର-ବିକ୍ରମ ଅବତରଣ କରିବାକ୍ୁ ଥିବା ଜାଗାର ନିରୀକ୍ଷଣ କରିବା ଆରମ୍ଭ କରିବ । ଏହାପରେ ବିକ୍ରମ ଭୂପୃଷ୍ଠର ନିକଟତର ହେବ । ଏହା ସହିତ ଅବତରଣ ହେବାକୁ ଥିବା ସ୍ଥାନର ସ୍କାନିଂ ପ୍ରକ୍ରିୟା ଆରମ୍ଭ ହେବ । ସେପ୍ଟେମ୍ବର ୬ରୁ ୮ ତାରିଖ ମଧ୍ୟରେ ତଳକୁ ଓହ୍ଲାଇବାର ପ୍ରକ୍ରିୟା ଆରମ୍ଭ ହେବ । ଅବତରଣ ପରେ ବିକ୍ରମର ଦ୍ୱାର ଖୋଲିବ ଏବଂ ରୋଭର ପ୍ରଜ୍ଞାକୁ ବାହାରକୁ ଛାଡ଼ିବ । ରୋଭରକୁ ବାହାର କରିବାରେ ପାୟ ଚାରି ଘଣ୍ଟା ସମୟ ଲାଗିବ । ଏହାପରେ ବୈଜ୍ଞାନିକ ପରୀକ୍ଷଣ ପାଇଁ ଚନ୍ଦ୍ରର ଭୂପୃଷ୍ଠରେ ଏହା ଆଗକୁ ବଢ଼ିବ । ଏହାର ୧୫ ମିନିଟ୍ ପରେ ଇସ୍ରୋକୁ ଅବତରଣର ଫଟୋ ମିଳିବ ।

hiranchal ad1
Leave A Reply

Your email address will not be published.

nineteen − two =