ସାରଥୀ ବାବାଙ୍କୁ ମିଳିଲା ଜାମିନ

0 623
hiring


କଟକ : କେନ୍ଦ୍ରାପଡା ବାରମୂଳ ଆଶ୍ରମର ଆତ୍ମଘୋଷିତ ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି ହାଇକୋର୍ଟ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ମାମଲାରେ ସାରଥୀ ଜାମିନ୍ ପାଇଥିବା ବେଳେ ତୃତୀୟ ମାମଲାରେ ମଧ୍ୟ ତାଙ୍କୁ ଜାମିନ୍ ମିଳିଛି । ସାରଥୀଙ୍କ ନାମରେ ତିନୋଟି ମାମଲା ରହିଥିଲା । ତିନୋଟି ଯାକ ମାମଲାରେ ହାଇକୋର୍ଟ ଦୁଇଲକ୍ଷ ଟଙ୍କାର ଦୁଇଜଣଙ୍କ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ଦେଇଛନ୍ତି । ତେବେ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବା ପାଇଁ ହାଇକୋର୍ଟ ସର୍ତ୍ତ ରଖିଥିବା ବେଳେ ତଳକୋର୍ଟ ଚାହିଁଲେ ଅଧିକ ସର୍ତ୍ତ ରଖିପାରିବେ । ଉଲ୍ଲେଖଯୋଗ୍ୟ ଯେ, ଆତ୍ମଘୋଷିତ ବାବା ସାରଥୀ ତିନି ବର୍ଷ ପୂର୍ବେ ଡାକ୍ତରୀ ଛାତ୍ରୀ ମାମଲାରେ ଗିରଫ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

fifteen − 14 =