ଭିସୁଟ ଛାତ୍ରଦଳକୁ ଜାତୀୟ ଗବେଷଣା ପୁରସ୍କାର

0 636

ସମ୍ବଲପୁର : ରାଜ୍ୟର ସର୍ବପୁରାତନ ଯାନ୍ତ୍ରିକ ମହାବିଦ୍ୟାଳୟ ବର୍ତ୍ତମାନ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟ (ଭିସୁଟ) ରୂପେ ପରିଚିତ । ଏହାର ସୁନାମ ରେ ପରିବର୍ଦ୍ଧନ ସ୍ବରୂପ ଏହାର ଆଇଡିଆ ଓ ଇନୋଭେସନ ସେଲ ତତ୍ବାବଧାନରେ ଏକ ଛାତ୍ରଦଳ ତାଙ୍କର ଗବେଷଣାତ୍ମକ ପ୍ରକଳ୍ପ ପାଇଁ ଜାତୀୟ ସ୍ତରରେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି । ଏହି ପ୍ରକଳ୍ପ ରେ ସେମାନେ ଏକ ଇଣ୍ଟରଏକ୍ଟିଭ ଡିସପ୍ଲେ ବୋର୍ଡ କୁ ସ୍ବଚ୍ଛ କାଚରେ ପ୍ରତିଫଳିତ କରିବା ରେ ସେମାନେ ସଫଳତା ହାସଲ କରିଛନ୍ତି ଓ ଏଥିପାଇଁ ଜାତୀୟ ସ୍ତରରେ ସମ୍ମାନିତ ହେବାସହ ଦଶଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପାଇଛନ୍ତି । ଏହି ଛାତ୍ରଦଳ ରେ ଅ°ଶୁମାନ ପଟ୍ଟନାୟକ, ବିଭୁଦତ୍ତ ପଣ୍ଡା, ସୌମ୍ୟ ରଞ୍ଜନ ମହାପାତ୍ର ଓ ପ୍ରଶାନ୍ତ କୁମାର ସାହୁ ସାମିଲ ରହିଥିଲେ । ଏହି ଛାତ୍ରଦଳ ଦ୍ବାରା ପ୍ରସ୍ତୁତ ପ୍ରକଳ୍ପ ରେ ବିଦ୍ଯୁତ ସ°ରକ୍ଷଣ ର ସଫଳତା ସହିତ ଏହାର ସମ୍ଭାବ୍ୟ ବ୍ଯବହାରିକତା କୁ ଏକ ବଡ ଉପଲବ୍ଧି ରୂପେ ପରିଗଣିତ କରାଯାଇଛି । ସେମାନଙ୍କ ଦ୍ବାରା ପ୍ରସ୍ତୁତ ମଡେଲ କୁ ପାର୍ସିଏଲ ଆର୍ଟିଫିସିଏଲ ରିଫ୍ଲେକଟିଭ ସରଫେସର ଡିଜିଟାଲ ଅଟୋମେସନ ବୋଲି କୁହାଯାଇଛି । ଏହି ମଡେଲ ର ସଫଳତା ସହିତ ପ୍ରୟୋଗ ବଳରେ ସେମାନେ ଭାରତ ସରକାରଙ୍କ ବିଗ୍ଯାନ ଓ ବୈଷୟିକ ବିଭାଗ, ବିଶୈ ପ୍ରସିଦ୍ଧ ଲକହୀଡ ମାର୍ଟିନ ତଥା ଟାଟା ଟ୍ରଷ୍ଟ ଦ୍ବାରା ଆୟୋଜିତ ଗବେଷଣା ଅଭିବୃଦ୍ଧି କାର୍ଯ୍ୟକ୍ରମ ରେ ବିଜୟ ଲାଭ କରିଛନ୍ତି । ଗତ ବୁଧବାର ଜୁଲାଇ ୧୭ ତାରିଖରେ ଅନୁଷ୍ଠିତ ଏକ ଜାତୀୟ ସ୍ତରର ସମାରୋହରେ ଟାଟା ଟ୍ରଷ୍ଟର ଅନ୍ବେଷଣ ବିଭାଗର ପ୍ରମୁଖ ମନୋଜ କୁମାର, ଫିକ୍କି ସଭାପତି ସନ୍ଦୀପ ସୋମାନୀ, ନିତି ଆୟୋଗର ପ୍ରମୁଖ ଅମିତାଭ କାନ୍ତ, ଲକହୀଡ ର ଉପସଭାପତି ବିବେକ ଲାଲ, ଟାଟା ସ°ସର କାମେଶ ଗୁପ୍ତା ଓ ସିଲଭର ଏଡମର୍ଟାଇଜର ର ଆନନ୍ଦ ସୁଦର୍ଶନ ଆଦି ପ୍ରମୁଖ ଙ୍କ ଉପସ୍ଥିତି ରେ ସେମାନେ ସମ୍ମାନ ଓ ପୁରସ୍କାର ପ୍ରାପ୍ତ କରିଥିଲେ । ଏହି ସଫଳତା ପାଇଁ ପୁରସ୍କୃତ ଛାତ୍ରଦଳ କୁ ମୁମ୍ବାଇ ଆଇଟିଆଇ ର ସହଯୋଗ ରେ ଆଗାମୀ ଏକବର୍ଷ ପର୍ଯ୍ୟନ୍ତ ଉକ୍ତ ମଡେଲ ପ୍ରସ୍ତୁତି ଓ ଏହାକୁ ନେଇ ବଜାରରେ ପ୍ରତିଦ୍ବନ୍ଦିତା କରିବାର ସୁଯୋଗ ମିଳିବ । ଏହି ସଫଳତା ପ୍ରାପ୍ତି ସକାଶେ ଉକ୍ତ ଛାତ୍ରଦଳ ସେମାନଙ୍କର କୁଳପତି ପ୍ରୋ ଅଟଳ ଚୌଧୁରୀ, ଇନୋଭେସନ ସେଣ୍ଟର ପ୍ରମୁଖ ପ୍ରୋ ଦେବଦତ୍ତ ମିଶ୍ର, ଛାତ୍ର କଲ୍ଯାଣ ଡିନ ପ୍ରୋ ସୁଧାଂଶୁ ଶେଖର ଦାସ, ଟେକ୍ନୋଲୋଜି ସୋସାଇଟି ର ଉପସଭାପତି ଡ: ହରୀଶ କୁମାର ସାହୁ ଆଲ୍ଯୁମିନି ମେଣ୍ଟର୍ସ ର ଅକୁଣ୍ଠ ସହଯୋଗ ଓ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 3 =