ଗୌତମ ଗମ୍ଭୀର ସବୁଠାରୁ ଧନୀ ଲୋକସଭା ପ୍ରାର୍ଥୀ

0 599

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀର ଲୋକସଭା ନିର୍ବାଚନରେ ପୂର୍ବ ଦିଲ୍ଲୀରୁ ଭାଜପା ପାଇଁ ପ୍ରାର୍ଥୀ ହୋଇଛନ୍ତି । ଗୌତମ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ତାଙ୍କର ସମ୍ପତ୍ତିର ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସଥିଲା । ତାଙ୍କର ବାର୍ଷିକ ଆୟ ୧୨କୋଟିରୁ ଅଧିକ ଓ ପାଖାପାଖି ସମ୍ପତ୍ତି ମୂଲ୍ୟ୧୪୭କୋଟି ଟଙ୍କା ଥିବା ଜଣାପଡ଼ିଛି । ଏଥିସହିତ ସେ ଲୋକସଭାର ପାଖାପାଖି ୩୪୯ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ । ବର୍ଷ ୨୦୧୭-୧୮ରେ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ନରେ ତାଙ୍କର ବାର୍ଷିକ ଆୟ ୧୨.୪୦ କୋଟି ବୋଲି ଦର୍ଶା ଯାଇଥିଲା ।

hiring

ଗୌତମ ଗମ୍ଭୀରଙ୍କ ପାଖାପାଖି ସମ୍ପତ୍ତି ୧୪୭କୋଟି ଟଙ୍କା ରହିଛି । ଗୌତମଙ୍କ ବାର୍ଷିକ ୧୨.୪୦ କୋଟି ଆୟ ବ୍ୟତୀତ ତାଙ୍କ ପତ୍ନୀ ନତାଶା ଗମ୍ଭୀର ଇନ୍‌କମ୍‌ ଟ୍ୟାକ୍‌ ରିଟର୍ନ ଫାଇଲ କରିବା ସମୟରେ ତାଙ୍କର ବାର୍ଷିକ ଆୟ ୬.୧୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

nineteen + ten =