ପାକ୍ ବଜାର ସ୍ଥିତି ସାଂଘାତିକ : କ୍ଷୀର ଲିଟର ଏତିକି ?

0 611

କରାଚୀ : ପାକିସ୍ତାନରେ ବଜାର ପରିସ୍ଥିତି ବର୍ତ୍ତମାନ ସାଂଘାତିକ ସ୍ଥିତିରେ ପହଞ୍ଚିଛି । ଦରଦାମ ଏଭଳି ହୋଇଛି ଯେ, କୌଣସି ଜିନିଷରେ ହାତ ମାରିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ପନିପରିବାଠୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବହୁଗୁଣା ହୋଇଛି । କ୍ଷୀର ଲିଟର ପିଛା ମୂଲ୍ୟ ଏବେ ଯାହା, ଶୁଣିଲେ ବି କେହି ବିଶ୍ୱାସ କରିବେ ନାହିଁ । ଦେଶର ଅନେକ ଅଂଚଳରେ ଏବେ କ୍ଷୀର ଲିଟର ପିଛା ୧୨୦ରୁ ୧୪୦ ଟଙ୍କାରେ ବିକ୍ରୀ ହେଉଛି । ଏଭଳି ଅସମ୍ଭବ ଚଢା ଦର ଯୋଗୁଁ କ୍ଷୀର ବେପାର ଅନେକ ମାତ୍ରାରେ ମାନ୍ଦା ହୋଇଯାଇଛି । କ୍ଷୀର ବେପାରୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସରକାର ମଧ୍ୟ ଏ ବାବଦରେ କୌଣସି ସାହାଯ୍ୟ କରିପାରୁନାହାନ୍ତି । ତେବେ କ୍ଷୀର ତୁଳନାରେ ପେଟ୍ରୋଲ ଓ ଡିଜେଲ ଦର କମ୍ ଅଛି । ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୧ଟଙ୍କାରେ ବିକ୍ରି ହେଉଛି । ପ୍ରତିଦିନ ଏହି ସାମଗ୍ରୀଗୁଡିକର ଦର ବଦଳୁଛି । କରାଚୀ ଓ ସିନ୍ଧ୍ରେ କ୍ଷୀର ଅତ୍ୟଧିକ ଚଢା ମୂଲ୍ୟରେ ବିକ୍ରୀ ହେଉଥିବାରୁ ସେଠାରେ କ୍ଷୀର ବେପାର ବହୁମାତ୍ରାରେ ହ୍ରାସ ପାଇଛି । ପୂର୍ବଭଳି ଲୋକେ କ୍ଷୀର କିଣିବାକୁ ବହୁ ସଂଖ୍ୟାରେ ଆସୁନାହାନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ, ଅନେକ ଦୋକାନରେ କ୍ଷୀର ପ୍ୟାକେଟ୍ ସେମିତି ପଡି ରହୁଛି । ଧନୀ ଶ୍ରେଣୀର ଲୋକଙ୍କୁ ଛାଡି ଦେଲେ ସାଧାରଣ ଲୋକମାନେ କ୍ଷୀର କିଣିବା ପ୍ରାୟତଃ ଭୁଲିଗଲେଣି । ଜଣେ ବେପାରୀ କହିଛନ୍ତି ଯେ, ଗତ କିଛି ଦିନ ହେଲା କ୍ଷୀର ବେପାର ମାନ୍ଦା ଅଛି । ଚାହିଦା ଥିଲେ ମଧ୍ୟ ଅଧିକ ରେଟ୍ ଯୋଗୁଁ ଲୋକେ ଅସୁବିଧାରେ ପଡୁଛନ୍ତି । ପାକିସ୍ତାନରେ କ୍ଷୀର ଚାହିଦା ଯଥେଷ୍ଟ ଅଧିକ କେତେକ ଅଂଚଳରେ ଏହି ଚାହିଦାକୁ ଦେଖି ବେପାରୀମାନେ ରେଟ୍ ବଢାଇ ଦେଇଛନ୍ତି ବୋଲି କୁହାଯାଉଛି । ଏବେ ମହରମ ସମୟ ଚାଲିଥିବାରୁ କ୍ଷୀର, ଜୁସ୍ ଓ ଥଣ୍ଡା ପାଣିର ଚାହିଦା ପ୍ରବଳ । ପ୍ରସେସନ ସମୟରେ ଏସବୁର ଚାହିଦା ଅଧିକ ଥାଏ । ପୂର୍ବରୁ ପାକିସ୍ତାନରେ ବିଭିନ୍ନ ସାମଗ୍ରୀର ଦର ଅଧିକା ଥିଲା ବେଳେ ଏବେ ମହରମ ସୁଯୋଗରେ ବେପାରୀମାନେ ଏଭଳି ମୁନାଫା ଖୋର ନୀତି ଧରୁଛନ୍ତି । ଯେଉଁଥି ପାଇଁ ସାଧାରଣ ଗ୍ରାହକମାନଙ୍କୁ ଅସୁବିଧା ହେଉଛି ।

hiranchal ad1
Leave A Reply

Your email address will not be published.

12 + six =