ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, 7 ଜଣଙ୍କ ମୃତ୍ୟୁ

0 63

ବୀରଭୂମ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ତାରାପୀଠ ଥାନା ନିକଟରେ ଥିବା ଏକ ହୋଟେଲରେ ଭୋର ପ୍ରାୟ 4ଟା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ସମୟରେ ହୋଟେଲରେ ଅଧିକାଂଶ ଲୋକ ଗଭୀର ନିଦରେ ଶୋଇଥିବାରୁ ପରିସ୍ଥିତି ଅଧିକ ଭୟାବହ ହୋଇପଡ଼ିଥିଲା । ଏହି ଅଘଟଣରେ ଅତି କମରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ସୂଚନା ଅନୁସାରେ, ଶ୍ରାବଣର ଶେଷ ସୋମବାର ଥିବାରୁ ତାରାପୀଠକୁ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଆସିଥିଲେ । ଫଳରେ ହୋଟେଲଟି ମଧ୍ୟ ଯାତ୍ରୀଙ୍କରେ ଭରପୂର ଥିଲା । ରାତିରେ ସମସ୍ତେ ଶୋଇଥିବା ସମୟରେ ହଠାତ୍ ନିଆଁ ଲାଗିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

hiring

ପ୍ରାଥମିକ ଭାବେ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିବା ବେଳେ ଏବେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି । ଏହି ଦୁଃଖଦ ଘଟଣା ପରେ ତାରାପୀଠ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ସହ ହୋଟେଲର ଅଗ୍ନିନିରାପତ୍ତା ବ୍ୟବସ୍ଥା ନେଇ ମଧ୍ୟ ତଦନ୍ତ ଆରମ୍ଭ ହେବା ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

two + 7 =