ଭାରତର ବୟୋଜ୍ୟେଷ୍ଠ ଦମ୍ପତି କରୋନା ରୋଗରୁ ମୁକ୍ତ ହେଲେ

0 614

ଥିରୁବନନ୍ତପୁରମ: କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରନ୍ତି ତାଙ୍କୁ କେହି ମାରିପାରିବେ ନାହିଁ । ଆଜି ତାହାର ଅବିକଳ କଥା କେରଳରେ ଦେଖିବାକୁ ମିଳିଛି । କରୋନା ରୋଗରେ ପୀଡ଼ିତ ୯୩ ବର୍ଷୀୟ ସ୍ୱାମୀ ଥୋମାସ ଓ ୮୮ ବର୍ଷୀୟା ପତ୍ନୀ ମାରିମ୍ମା ଏହି ମହାମାରୀ ରୂପକ କରୋନାରୁ ମୁକ୍ତି ପାଇଁ ନିଜ ଘରକୁ ଫେରିଛନ୍ତି । ଏଭଳି ମୃତ୍ୟୁମୁଖରୁ ଘରକୁ ଜୀବନ୍ତ ଫେରିବା ଭଗବାନଙ୍କ ଆଶୀର୍ବାଦ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଥୋମାସ୍ ଭାରତର କୋଭିଡ୍‌-୧୯ରେ ପୀଡ଼ିତ ସବୁଠାରୁ ବୟସ୍କ ବ୍ୟକ୍ତି ଅଟନ୍ତି । ସୂଚନାଯୋଗ୍ୟ ଗତ ମାସରେ ଉକ୍ତ ଦମ୍ପତ୍ତିଙ୍କ ପୁଅ, ବୋହୂ ଓ ନାତି ଇଟାଲୀରେ ଫେରିଥିଲେ । ତାଙ୍କରିଠାରୁ ହିଁ ଭାଇରସ୍ ତାଙ୍କ ନିକଟକୁ ସଂକ୍ରମିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

ten + 1 =