ଜୀବଜନ୍ତୁଙ୍କ ପାଇଁ କରାଗଲା ପିଇବା ପାଣି ସୁବିଧା

0 71

ସମ୍ବଲପୁର :ବର୍ତ୍ତମାନ ଚାରିଆଡେ କରୋନା ସ°କ୍ରମଣ ଭୟ ଏତେ ତୀବ୍ର ହୋଇ ଯାଇଛି ଯେ ଲୋକେ ନିଜର ସୁରକ୍ଷା ଓ ସୁବିଧା ବ୍ଯତିତ ଆଉକିଛି ଚିନ୍ତା କରୁ ନାହାନ୍ତି । ଏପରି ପରିସ୍ଥିତିରେ ସମ୍ବଲପୁର ଜିଲ୍ଲା ବନାଧିକାରୀ ସଞ୍ଜୀତ କୁମାର ସମ୍ବଲପୁର ନଗର ମଧ୍ୟରେ ବୁଲା ଗାଈଗୋରୁ ଓ କୁକୁର ଙ୍କ ପାଇଁ ୧୦୦ ଟି ଜଳପାତ୍ର ର ବ୍ଯବସ୍ଥା କରିଛନ୍ତି, ଯାହାକି ସର୍ବତ୍ର ସାଧୁବାଦ ପାତ୍ର ହୋଇଛି । ଏହା ସହିତ ସେ ଅନୁରୋଧ ମଧ୍ୟ କରିଛନ୍ତି କି ଏଥିପାଇଁ ଜନସାଧାରଣ ସ୍ବତସ୍ପୃତ ଆଗେଇ ଆସନ୍ତୁ ଓ ମୂକ ଜୀବଜନ୍ତୁ ଙ୍କ ପ୍ରତି ଦୟା ଦେଖାନ୍ତୁ । କିଛି ସ୍ବେଛାସେବୀ ସ°ଗଠନ ଓ ବ୍ଯକ୍ତି ବିଶେଷ ନିଜ ପ୍ରଚେଷ୍ଟା ବଳରେ ଜୀବଜନ୍ତୁ ଙ୍କ ପାଇଁ ଖାଦ୍ୟପେୟ ଆଦି ର ବ୍ଯବସ୍ଥା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

four × 3 =