ଲକଡାଉନରେ ଟିଭି ଅଭିନେତ୍ରୀ ଗାଁରେ ଫଶିଲେ, ସେୟାର କଲେ ଭିଡିଓ

0 257

କରୋନା ଭାଇରସ କାରଣରୁ ଦେଶରେ ୨୧ଦିନ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ଯୋଗୁ ଏକ ଗାଁରେ ଜଣାଶୁଣା ଅଭିନେତ୍ରୀ ତଥା ବିଗବସ ପ୍ରତିଯୋଗୀ ରତନ ରାଜପୁତ ଫଶିଯାଇଛନ୍ତି । ସେଠାରେ ଏହି ଅଭିନେତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଗାଁରେ ରହୁଥିଲେ ମଧ୍ୟ ରତନ ରାଜପୁତ ଲଗାତାର ସୋସିଆଲ ମିଡିଆରେ ଆକ୍ଟିଭ୍ ଅଛନ୍ତି । ଏ ପର୍ଯ୍ୟନ୍ତ ଏହି ଅଭିନେତ୍ରୀ ଜଣକ କେଉଁ ଗାଁରେ ସେ ରହୁଛନ୍ତି ତାହା କହିନାହାନ୍ତି । ବହୁ ଲୋକଙ୍କ ତାଙ୍କୁ ଏହି ଗାଁ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ, ମୋ ପାଇଁ ଏହି ଗାଁ ଲୋକଙ୍କୁ କିଛି ଅସୁବିଧା ନ ହେଉ । ସେ କହିଛନ୍ତି ଏକ ପ୍ରଜେକ୍ଟ କାମରେ ଆସି ମୁଁ ଏଠାରେ ଫଶିଯାଇଛି ।

hiring

ରତନ ରାଜପୁତ ଏକ ଭିଡିଓ ସେୟାର କରି କହିଛନ୍ତି ମୁଁ ଏବେ କ୍ୱାରେଣ୍ଟାଇନରେ ଅଛି । ମୁଁ ନିଜକୁ ଏକ ଗାଁରେ ଆଇସୋଲେଟ କରିଦେଇଛି । ସେ ଭିଡିଓ ଜରିଆରେ କହିଛନ୍ତି ଯେ, ଜଣେ ଅଙ୍କଲ ତାଙ୍କୁ ଏହି ଘର ଦେଇଛନ୍ତି । ମୁଁ ବାହାରକୁ ଗଲେ ମାସ୍କ ପିନ୍ଧିକରି ଯାଉଛି, ତେଣୁ ମୋତେ କେହି ଚିହ୍ନି ପାରୁନାହାନ୍ତି । ଭିଡିଓରୁ ଜଣାପଡିଛି ସେ ଗାଁରେ ଜଣେ ସାଧାରଣ ଝିଅ ଭଳି ରହୁଛନ୍ତି । ନିଜେ ବାସନ ଧୋଇବା ସହ ରୋଷେଇ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

5 × 1 =