ମୋଦିଙ୍କୁ କପିଲ୍ ଶିବଲଙ୍କ ଟାର୍ଗେଟ: ଗ୍ରାମାଞ୍ଚଳରେ ୨୦ ଓ ସହରାଞ୍ଚଳରେ ୩୧ ପ୍ରତିଶତ ଲୋକଙ୍କ ପାଖରେ ରୋଜଗାର ନାହିଁ

0 682

ନୂଆଦିଲ୍ଲୀ : ପ୍ରଥମ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍ ଅବଧିକୁ ପୁନର୍ବାର ମଇ ୩ ପର୍ଯ୍ୟନ୍ତ ବୃଦ୍ଧି ଘଟାଇଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷା ମୋଦିଙ୍କୁ ପ୍ରଶଂସା କରିଥିବା ବେଳେ କଂଗ୍ରେସର ଅନ୍ୟତମ ନେତା କପିଲ ସିବଲ କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ଜାରି ଲକଡାଉନରେ ଗରିବ ଓ ଶ୍ରମିକ ବର୍ଗଙ୍କୁ ହେଉଥିବା ସମସ୍ୟାକୁ ନେଇ କେନ୍ଦ୍ରର ମୋଦି ସରକାର ଉପରେ ନିଶାଣ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାମ୍ନାକୁ ଆସି ଗଣମାଧ୍ୟମକୁ ସମ୍ବୋଧିତ କରିବା ଉଚିତ୍‌, ସେମାନଙ୍କ ପ୍ରଶ୍ନର ଉତର ଦେବା ଉଚିତ୍ । ଏହି ବିପଦର ସମୟରେ ତାଙ୍କ ସରକାର କୃଷି, ସ୍ୱାସ୍ଥ୍ୟ, କାରବାର ଏବଂ ବେରୋଜଗାର ପ୍ରସଙ୍ଗରେ କଣ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଉଛନ୍ତି ଏହା ଉପରେ ସମସ୍ତଙ୍କୁ ଜଣାଇବା ଉଚିତ୍ । କଂଗ୍ରେସ ନେତା ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ସାମ୍ନାକୁ ଆସି ନେତୃତ୍ୱ ନେବାକୁ ପରାମର୍ଶ ଦେଇଛନ୍ତି । ଶିବଲ୍ ଏହା ମଧ୍ୟ କହିଛନ୍ତି ଭାରତୀୟ ଅର୍ଥବ୍ୟବସ୍ଥାର ତଥ୍ୟ ଉପରେ ନିଜର ରଖୁଥିବା କେନ୍ଦ୍ର(ସିଏମଆଇଇ)ର ଏକ ତଥ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି ମହାମାରୀ ପୂର୍ବରୁ ବେରୋଜଗାରୀ ୬-୭ ପ୍ରତିଶତ ଥିଲା, ଯାହା ଏବେ ୨୩ ପ୍ରତିଶତରେ ପହଁଚି ଯାଇଛି । ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, କେମିତି ବେରୋଜଗାରୀ ସଂଖ୍ୟା ଦୁଇ ମାସରେ ୨୩ ପ୍ରତିଶତ ବୃଦ୍ଧି ଘଟିଲା । କଣ ଏଥିପାଇଁ କେନ୍ଦ୍ର ସରକାର ଦ୍ୱାରା ବିନା ବିଚାର ବିମର୍ଷରେ ନିଆଯାଇଥିବା ଲକଡାଉନ ନିଷ୍ପତ୍ତି ଦାୟୀ । ସେ କହିଛନ୍ତି ଯେ, ବେରୋଜଗାରୀର ସ୍ଥିତି ଏମିତି ରହିଛି, ଗ୍ରାମାଞ୍ଚଳରେ ୨୦ ପ୍ରତିଶତ ଲୋକଙ୍କ ପାଖରେ କୌଣସି କାମ ନାହିଁ । ଏହି ପରି ସହରାଞ୍ଚଳରେ ମଧ୍ୟ ୩୧ ପ୍ରତିଶତ ଲୋକଙ୍କ ପାଖରେ ରୋଜଗାର ନାହିଁ । ଉଲ୍ଲେଖନୀୟ, ଗତ ରବିବାର ମଧ୍ୟ କପିଲ ଶିବଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲକଡାଉନ୍ ବଢାଇବା ନେଇ ଆକ୍ଷେପ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଜୀ ରାଜନୀତି ଏକ ରିଏଲିଟି ସୋ, କେବଳ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ନୁହଁ ।

hiranchal ad1
Leave A Reply

Your email address will not be published.

15 − 8 =