୨ ଭୋକିଲା ଭାଲୁ ଖାଦ୍ୟ ଅନ୍ୱେଷଣରେ ମନ୍ଦିରରେ ପହଞ୍ଚିଲା, ଗେଟ୍ ବନ୍ଦ ଥିବାରୁ ଡଷ୍ଟବିନ୍ ଫୋପାଡିଲେ : ଭିଡିଓ ଦେଖନ୍ତୁ

0 85

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ୩ ମଇ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ପିଏମ ମୋଦି ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି । ଲକଡାଉନକୁ ନେଇ ମଣିଷ ସହ ପଶୁପକ୍ଷୀମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି ।

hiring

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ୨ଟି ଭୋକିଲା ଭାଲୁ ଖାଦ୍ୟ ଅନ୍ୱେଷଣରେ ମନ୍ଦିର ବାହାରେ ବୁଲୁଛନ୍ତି । ଏହି ଭିଡିଓ ଛତିଶଗଡର ମହାସମୁନ୍ଦ ଜିଲ୍ଲାର ଘୁଞ୍ଚାପାଳି ପାହାଡ ସ୍ଥିତ ଶ୍ରୀ ଚଣ୍ଡି ମାତା ମନ୍ଦିର । ଯେଉଁଠାରେ ବର୍ଷବର୍ଷ ଧରି ଭାଲୁମାନେ ଜଙ୍ଗଲରୁ ବାହାରି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ଭୋଜନ ଗ୍ରହଣ କରିଥାନ୍ତି । ଭିଡିଓରେ ଦେଖାଯାଉଛି କେମିତି ଏହି ୨ ଭାଲୁ ମନ୍ଦିର ପାଖକୁ ଆସିଛନ୍ତି ଓ ଖାଦ୍ୟ ନ ମିଳିବାରୁ ରାଗରେ ସେଠାରେ ଥିବା ଡଷ୍ଟବିନଗୁଡିକୁ ଫୋପାଡୁଛନ୍ତି । ଏହି ଭିଡିଓକୁ ଇଣ୍ଡିଆ ଫରେଷ୍ଟ ସର୍ଭିସ ପକ୍ଷରୁ ସେୟାର କରାଯାଇଛି । ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

4 × 3 =