ସୁଧୁରି ଯାଆନ୍ତୁ : ଏଣିକି ନିୟମ ଭାଙ୍ଗିଲେ କ୍ୱାରେଣ୍ଟାଇନ

0 640

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ଓ ଆହ୍ୱାନ ସତ୍ୱେ ବହୁ ସଂଖ୍ୟାରେ ଲୋକମାନେ ଲକଡାଉନ ଉଲ୍ଲଂଘନ କରୁଥିବାରୁ ସରକାର ଆଜି କଠୋର ନିଷ୍ପତ୍ତି ନେଇଛନ୍ତ । ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ଯେଉଁମାନେ ଲକଡାଉନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯିବ । ଲୋକଙ୍କ ଅମାନିଆ ପ୍ରକୃତିକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେବାକୁ ପଡିଲା ବୋଲି ସରକାର କହିଛନ୍ତି । ଏହାଦ୍ୱାରା ନିୟମ ଶତପ୍ରତିଶତ ପାଳିତ ହେବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି । ଇତିମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୯୭୯ରେ ପହଞ୍ଚିଛି । ସେହିପରି ଆଜି ଆଉ ୬ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଏଥିସହିତ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଦିଲ୍ଲୀ, ଗୁଜୁରାଟ, କର୍ନାଟକ, କେରଳ, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେହିପରି କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଜୀବନ ପ୍ରତି ବିପଦ ଦେଖାଗଲାଣି । ଆଜି ୪ଜଣ ଡାକ୍ତର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ଏହି ଡାକ୍ତରମାନେ କାର୍ଯ୍ୟ କରୁଛନ୍ତି । ମହାରାଷ୍ଟ୍ରରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪ ଟପି ଗଲାଣି । ଉପରୋକ୍ତ ଡାକ୍ତରମାନେ କିଭଳି ଭାବରେ ସଂକ୍ରମିତ ହେଲେ ସେ ନେଇ ହସ୍ପିଟାଲ ସୂତ୍ରରୁ କିଛି କୁହାଯାଇନାହିଁ । ତେବେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ମହାରାଷ୍ଟ୍ରରେ ୬ଜଣ କରୋନାରେ ପ୍ରାଣ ହରାଇଲେଣି । ସେମାନଙ୍କ ମଧ୍ୟରେ ଜଣେ ୮୫ ବର୍ଷିୟ ଅବସରପ୍ରାପ୍ତ ଡାକ୍ତର ଅଛନ୍ତି । ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୧ହଜାର ଟପିସାରିଲାଣି ।

hiranchal ad1
Leave A Reply

Your email address will not be published.

seven − three =