ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

0 71

ଭେନେଜୁଏଲା: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ ଭୂକମ୍ପ ଫଳରେ ସବୁ କିଛ ଧ୍ୱଂସ ହୋଇଯାଇଛି। ଭୂକମ୍ପ ଯୋଗୁ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସାମ୍ନାକୁ ଆସୁଥିବା ସମସ୍ତ ଚିତ୍ର ଏବଂ ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଭୂକମ୍ପ ଝଟକାରେ କୋଠାବାଡ଼ିଠାରୁ ଆରମ୍ଭ କରି ବିମାନବନ୍ଦର (ଏୟାରପୋର୍ଟ) ପର୍ଯ୍ୟନ୍ତ ସବୁକିଛି ଭୁଶୁଡ଼ି ପଡ଼ିଛି। ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।

hiring

ରିପୋର୍ଟ ଅନୁଯାୟୀ, ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ଏକ ଶକ୍ତିଶାଳୀ ଭୂମିକମ୍ପ ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏଥିସହ ଭୂମିକମ୍ପରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ ଏବଂ ଜରୁରୀକାଳୀନ କୋଠରୀରେ ଉପସ୍ଥିତ ରହିବାକୁ ଡାକ୍ତର ଏବଂ ନର୍ସମାନଙ୍କୁ ନିବେଦନ କରିଛନ୍ତି।

hiranchal ad1
Leave A Reply

Your email address will not be published.

1 × 2 =