ପ୍ରଜ୍ଞା ସିଂ ଠାକୁର ଆଜି ପ୍ରାର୍ଥୀପତ୍ର ଦାଖଲ କଲେ

0 591

ଭୋପାଳ : ବିବାଦୀୟ ହିନ୍ଦୁବାଦୀ ନେତ୍ରୀ ତଥା ମାଲେଗାଁଓ ବିସ୍ଫୋରଣ ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁର ଆଜି ଭୋପାଳ ଲୋକସଭା ଆସନରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ବିଜେପି ପକ୍ଷରୁ ଏହି ନିର୍ବାଚନ ଲଢୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ବରିଷ୍ଠ ନେତା ଦିଗବିଜୟ ସିଂଙ୍କୁ ଏହି ଆସନରୁ ଛିଡା କରିଛି । କିଛି ଦିନ ତଳେ ପ୍ରଜ୍ଞା ସିଂ ୨୬/୧୧ ସହିଦ ହେମନ୍ତ କରକରେଙ୍କ ବିରୋଧରେ ବିବାାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ବିରୋଧରେ ନିର୍ବାଚନ ଆୟୋଗ ନୋଟିସ ଜାରି କରିଥିଲା । ଏହା ପରେ ସେ ନିଜର ବୟାନକୁ ପତ୍ୟାହାର କରିବା ସହ କ୍ଷମା ମାଗିଥିଲେ । ସେପ୍ଟେମ୍ବର ୨୯, ୨୦୦୮ରେ ମହାରାଷ୍ଟ୍ରରେ ମାଲେଗାଁଓରେ ହୋଇଥିବା ଏକ ଆଇଇଡି ବିସ୍ଫୋରଣରେ ୬ ଜଣ ବ୍ୟକ୍ତି ନିହତ ହେବା ସହ ୧୦୧ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପ୍ରଜ୍ଞା ସିଂ ଗିରଫ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

5 × 2 =