ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ବାତ୍ୟା,୧୦୦ରୁ ଅଧିକ ମୃତ

0 63

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭଦୋହି, ବୁଦାଉଁ, ଫତେପୁର ଏବଂ ସୋନଭଦ୍ରା ଜିଲାରେ ବୁଧବାର ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ବାତ୍ୟା ହୋଇଛି। ଏହି ଝଡ଼ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଫତେପୁର, ଭଦୋହିରେ, ବଦାଉଁରେ, ଚନ୍ଦୌଲିରେ  ଏବଂ ସୋନଭଦ୍ରା ଜିଲାରେ ମିଶି ୧୦୦ରୁ ଅଧିକ ମୃତାହତ ହୋଇଛନ୍ତି। ଅନେକ ଅଞ୍ଚଳରେ ବହୁସଂଖ୍ୟାରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା ସହ ଘର ଭାଙ୍ଗିଯାଇଥିବା ଭଦୋହି ଅତିରିକ୍ତ ଜିଲାପାଳ କୁନଓ୍ବାର ବୀରେନ୍ଦ୍ର କୁମାର ମୌର୍ଯ୍ୟ କହିଛନ୍ତି।
ଝଡ଼ ଯୋଗୁ ମୋବାଇଲ୍‌ ନେଟ୍‌ଓ୍ବର୍କ ବ୍ୟାହତ ହୋଇଥିବାରୁ ପୁନରୁଦ୍ଧାର ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଜିଲାର ୩ ତହସିଲ ଅଞ୍ଚଳରେ ରିଲିଫ କାର୍ଯ୍ୟ ପରିଚାଳନା ଦାୟିତ୍ୱ ଏସ୍‌ଡିଏମ୍‌, ତହସିଲାର, ଅନ୍ୟ ଜିଲା ଅଧିକାରୀ ଓ ପୋଲିସକୁ ଦିଆଯାଇଛି। ଏହି ସଂଖ୍ୟା ବଢ଼ିପାରେ ବୋଲି ମୌର୍ଯ୍ୟ କହିଛନ୍ତି।

hiranchal ad1
Leave A Reply

Your email address will not be published.

eight + ten =