ରାସ୍ତାକଡରେ ଶୋଇଥିଲେ, ମାଡିଗଲା ଟ୍ରକ ; ୪ ମୃତ, ୨ ଗୁରୁତର

0 89

ନୂଆଦିଲ୍ଲୀ: ରାସ୍ତାକଡରେ ଶୋଇଥିବା ସମୟରେ ମାଡିଗଲା ଟ୍ରକ। ଟ୍ରକ ଚକା ତଳେ ଚାଲିଗଲା ୪ ଜୀବନ । ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀ ଅନ୍ତର୍ଗତ ସୀମାପୁରୀ ଅଞ୍ଚଳରେ ଏଭଳି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଏକ ଟ୍ରକ ଭାରସାମ୍ୟ ହରାଇ ମାଡିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁଇଜଣଙ୍କ ସ୍ବାସ୍ଥ୍ୟବସ୍ଥା ଖୁବ୍ ସଙ୍କଟାପନ୍ନ ଥିବାର ସୂଚନା ମିଳିଛି ।

hiring

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୧ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି । ସୀତାପୁରୀ ଅଞ୍ଚଳରେ କିଛି ଲୋକ ରାତିରେ ଫୁଟଫାଥରେ ଶୋଇଥିଲେ । ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଏକ ଟ୍ରକ ହଠାତ୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡି ଯାଇଥିଲା । ଏଥିରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଟ୍ରକ ଚାପାରେ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଦୁଇ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି । ମୃତକମାନଙ୍କ ପରିଚୟ ମିଳିଛି । ସେହିପରି ଆହତ ଦୁଇ ବ୍ୟକ୍ତି ଦିଲ୍ଲୀ ନିବାସୀ ହୋଇଥିବା ଜଣାପଡିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି । ଘଟଣାସ୍ଥଳର ସିସିଟିଭି ଫୁଟେଲ ଆଧାରରେ ଟ୍ରକ ମଡାଇଥିବା ଚାଳକକୁ ଖୋଜାଖୋଜି କରାଯାଉଛି ।

hiranchal ad1
Leave A Reply

Your email address will not be published.

nineteen + 8 =