ମହିଳା ଏସିଆ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା

0 52

ନୂଆଦିଲ୍ଲୀ : ଅକ୍ଟୋବର ୧ ରୁ ୧୫ ପର୍ଯ୍ୟନ୍ତ ବାଂଲାଦେଶର ସିଲହେଟରେ ଖେଳାଯିବାକୁ ଥିବା ଏସିସି ମହିଳା ଟି -୨୦ ଚାମ୍ପିଅନସିପ୍‌ ୨୦୨୨ ପାଇଁ ଅଲ ଇଣ୍ଡିଆ ମହିଳା ଚୟନ କମିଟି ଭାରତୀୟ ଦଳ ଘୋଷଣା କରିଛି । ଅକ୍ଟୋବର ୧ ରୁ ବାଂଲାଦେଶରୁ ଆରମ୍ଭ ହେବାକୁ ଥିବା ମହିଳା ଏସିଆ କପ୍‌ ଟି -୨୦ ଟୁର୍ନାମେଣ୍ଟରେ ହରମାନପ୍ରୀତ କୌର ଭାରତର ନେତୃତ୍ୱ ନେବେ । ଅଲ ଇଣ୍ଡିଆ ମହିଳା ଚୟନ କମିଟି ସ୍ମୃତି ମାନ୍ଧନାଙ୍କୁ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ କରିଛନ୍ତି । ଏସିସି ମହିଳା ଟି -୨୦ ଚାମ୍ପିଅନସିପ୍‌ ୨୦୨୨ ସିଲହେଟରେ ଖେଳାଯିବ ।
ଅକ୍ଟୋବର ୧ ରୁ ୧୫ ଦିନିଆ ଟୁର୍ଣ୍ଣାମେଣ୍ଟରେ ସାତୋଟି ଦଳ ଅଂଶଗ୍ରହଣ କରିବେ । ଟୁର୍ଣ୍ଣାମେଣ୍ଟ ଏକ ରାଉଣ୍ଡ ରୋବିନ ଫର୍ମାଟରେ ହେବ ଏବଂ ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଏହି ଟୁର୍ନାମେଣ୍ଟରେ ଖେଳୁଥିବା ଦଳଗୁଡ଼ିକ ହେଉଛି ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ୟୁଏଇ, ଥାଇଲ୍ୟାଣ୍ଡ ଏବଂ ମାଲେସିଆ । ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ମହିଳା ଦଳ ନାହିଁ ।
ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ସଂଯୁକ୍ତ ଆରବ ଏମିରେଟ୍ସ, ଥାଇଲ୍ୟାଣ୍ଡ ଏବଂ ମାଲେସିଆ ପରସ୍ପରକୁ ଖେଳିବେ । ଶ୍ରେଷ୍ଠ ୪ ଟି ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଭାରତୀୟ ମହିଳା ଦଳ ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଦଳ ପାକିସ୍ତାନକୁ ଭେଟିବା ପୂର୍ବରୁ କ୍ରମାଗତ ଭାବରେ ମାଲେସିଆ (ଅକ୍ଟୋବର ୩) ଏବଂ ୟୁଏଇ (ଅକ୍ଟୋବର ୪) ଖେଳିବେ । ୭ ତାରିଖରେ ପାରଂପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭାରତ ଭେଟିବ । ଭାରତ ୮ ଅକ୍ଟୋବରରେ ଆୟୋଜକ ବାଂଲାଦେଶ ସହ ଖେଳିବ ଏବଂ ୧୦ ଅକ୍ଟୋବରରେ ଥାଇଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ।
ଭାରତୀୟ ଦଳ: ହରମାନପ୍ରୀତ କୌର (କ୍ୟାପଟେନ), ସ୍ମୃତି ମନ୍ଧନା (ଉପ-ଅଧିନାୟକ), ଦୀପ୍ତି ଶର୍ମା, ଶାଫାଲୀ ବର୍ମା, ଜେମିମା ରୋଡ୍ରିଗୁସ୍‌, ସାବିନେନି ମେଘନା, ରିଚା ଘୋଷ (ଉଇକେଟ କିପର), ସ୍ନେହ ରାଣା, ଦିନଲାନ ହେମଲାଟା, ମେଘନା ସିଂ, ରେଣୁକା ଠାକୁର, ପୂଜା ବସ୍ତ୍ରକର, ରାଜେଶ୍ୱରୀ ଗାଇକୱାଡ, ରାଧା ଯାଦବ, କେପି ନଗଗିରେ ଷ୍ଟାଣ୍ଡବାଇ ଖେଳାଳି: ତାନିଆ ସପନା ଭାଟିଆ, ସିମରନ୍‌ ଦିଲ ବାହାଦୂର

hiranchal ad1
Leave A Reply

Your email address will not be published.

nineteen − 10 =