ଶିକ୍ଷକଅଭାବ ଓ ପାଠପଢାରେ ଅନିୟମିତତା ନେଇ ରାସ୍ତାରୋକ କଲେ ଗ୍ରାମବାସୀ

0 89

ଖପ୍ରାଖୋଲ,୨୧/୯: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ କର୍ଲାବାହାଳି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ସ୍କୁଲରେ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି । ଫଳରେ ବିଦ୍ୟାଳୟରେ ପାଠପଢା ଠିକ୍‌ ଭାବେ ହୋଇପାରୁନଥିବା ଅଭିଯୋଗ କରି ଆଜି ଗ୍ରାମବାସୀ ଖପ୍ରାଖୋଲ ପାଟଣାଗଡ଼ ମୁଖ୍ୟ ରାସ୍ତା କର୍ଲାବାହାଳି ଛକରେ ରାସ୍ତାରୋକ କରିଛନ୍ତି । ସ୍ଥାୟୀ ସମାଧାନ ଦାବି କରି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡିମୋଟର ଅଟକି ରହିଛି । ସକାଳ ୧୦ ଟା ୩୦ ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଞ୍ଚି ନଥିବା ବେଳେ ଖପ୍ରାଖୋଲ ପୋଲିସ ଆସି ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି । ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ , କର୍ଲାବାହାଳି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ଜଣ ଶିକ୍ଷୟତ୍ରୀ ଥିବାବେଳେ ସେମାନେ ସ୍କୁଲକୁ ଠିକ୍‌ ସମୟରେ ଆସୁନାହାନ୍ତି । ପିଲାମାନଙ୍କ ପାଠପଢାରେ ଅବହେଳା ହେଉଥିବା ନେଇ ଦୀର୍ଘ ଦିନରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି । ତେଣୁ ଖୁବ୍‌ ଶୀଘ୍ର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳାଇ ନୂତନ ଶିକ୍ଷକ ନିଯୁକ୍ତି , ଏବଂ ବିଦ୍ୟାଳୟରେ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଏତଦ୍‌ ବ୍ୟତୀତ କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଓ ଟଙ୍କା ଦେଇନଥିବା ମଧ୍ୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 1 =