ପୁଣି ବଢ଼ିଲା LPG ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ ?

0 63

ନୂଆଦିଲ୍ଲୀ : ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ ।  ସାଧାରଣ ଲୋକଙ୍କୁ ଲାଗିଛି ଜୋରଦାର ଝଟକା । ପୁଣି ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି ପେଟ୍ରୋଲିୟମ କମ୍ପାନି । ସିଲିଣ୍ଡର ପିଛା ବୃଦ୍ଧି ପାଇଛି ୧୫ ଟଙ୍କା । ଫଳରେ ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬ ଟଙ୍କାରେ ପହଂଚିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଫଳରେ ଖୁଚୁରା ବଜାରରେ ମହଙ୍ଗା ହୋଇଛି ପେଟ୍ରୋଲିୟମ ଉତ୍ପାଦର ଦର । ୪ ମାସ ହେଲା ଲଗାତର ରୋଷେଇ ଗ୍ୟାସ ଦର ମହଙ୍ଗା ହୋଇଛି । ଏହା ପୂର୍ବରୁ ଜୁଲାଇରେ ୨୫ ଟଙ୍କା ୫୦ ପଇସା, ଅଗଷ୍ଟରେ ୨୫ ଟଙ୍କା ଓ ପୁଣି ସେପ୍ଟେମ୍ବରରେ ସିଲିଣ୍ଡର ପିଛା ଦର ୨୫ ଟଙ୍କା ବୃଦ୍ଧି ହୋଇଥିଲା । ଏପଟେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରେଲ ଲିଟର ପିଛା ଦର ପୁଣି ୩୦ ପଇସା ଓ ଡିଜେଲ ଲିଟର ୩୫ ପଇସା ମହଙ୍ଗା ହୋଇଛି । ଫଳରେ ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ୧୧୦ଟଙ୍କା ୪୫ ପଇସା ଓ ଡିଜେଲ ଲିଟର ପିଛା ଦର ୧୦୬ ଟଙ୍କା ୧ ପଇସା ହୋଇଛି ।

hiranchal ad1
Leave A Reply

Your email address will not be published.

three × five =