ୟୁପିରେ ରେକର୍ଡ : ଦିନକରେ ବିକ୍ରି ହେଲା ୨୨୫ କୋଟି ଟଙ୍କାର ମଦ

0 100

ଲକଡାଉନର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲେ । ଏହି କ୍ରମରେ ଉତ୍ତରପ୍ରଦେଶରେ ମଧ୍ୟ ମଦ ଦୋକାନ ଖୋଲିଥିଲା । ରାଜ୍ୟ ଅବକାରୀ ବିଭାଗର ଅନୁମାନ କରି କହିଛି ଯେ, ରାଜ୍ୟରେ ଲୋକମାନେ ଧାଡିରେ ଛିଡା ହୋଇ ପ୍ରାୟ ୨୨୫ କୋଟି ଟଙ୍କାର ମଦ କିଣିଛନ୍ତି, ଯାହା ଏକ ରେକର୍ଡ । ରାଜ୍ୟର ଦର୍ଜନୋଂ ଜିଲ୍ଲାରେ କେବଳ ୫ରୁ ୬କୋଟି ମଦ ବିକ୍ରି ହୋଇଥିବା ଅବକାରୀ ବିଭାଗ କହିଛନ୍ତି । ରାଜଧାନୀ ଲକ୍ଷେ୍ନା÷ରେ ୬.୩କୋଟି ମଦ ବିକ୍ରି ହୋଇଛି । ଏଥିରେ ୪.୭କୋଟି ବିଦେଶୀ ଓ ୧.୬ କୋଟି ଦେଶୀ ମଦ ବିକ୍ରି ହୋଇଛି । ମୋଟ୍ ୨.୭୮ ଲକ୍ଷ ଲିଟର ମଦ ଗୋଟିଏ ଦିନରେ ବିକ୍ରି ହୋଇଥିବା ଜଣାପଡିଛି, ଯାହା ଏକ ରେକର୍ଡ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୫ରେ ୬.୫ କୋଟି ଲିଟର ବିକ୍ରି ହୋଇଥିଲା । ଯଦି ଅପରାହ୍ନରେ ବର୍ଷା ଓ ପବନ ନ ଆସିଥାନ୍ତା ତେବେ ୨୦୧୫ର ଏହି ରେକର୍ଡ ମଧ୍ୟ ଭାଙ୍ଗିଯାଇଥାନ୍ତା ବୋଲି ଅନୁମାନ କରାଯାଉଛି । ମଦ ଆସୋସିଏସନର ମହାମନ୍ତ୍ରୀ କହ୍ନେୟା ଲାଲ ମୌର୍ଯ୍ୟା କହିଛନ୍ତି ବର୍ଷା କାରଣରୁ ମଦ ବିକ୍ରୀ ହେବା ରେକର୍ଡ ଭାଙ୍ଗିବାରୁ ଅଳ୍ପକେ ବର୍ତ୍ତିଗଗଲା ।

hiranchal ad1
Leave A Reply

Your email address will not be published.

4 × two =