‘ଅଗ୍ନି ପ୍ରାଇମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0 42

ନୂଆଦିଲ୍ଲୀ ୧୮।୧୨: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦ ଆଗେଇଲା ଭାରତ । ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରି ପ୍ରତିଦିନ ଭାରତ ଆଣବିକ କ୍ଷେତ୍ରରେ ତା’ର ଶକ୍ତି ବୃଦ୍ଧି କରୁଛି । ଓଡ଼ିଶାର ଭଦ୍ରକସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଣବିକ କ୍ଷମତା ସମ୍ପନ୍ନ ‘ଅଗ୍ନି ପ୍ରାଇମ’ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ଅଗ୍ନି ପ୍ରାଇମ ମିସାଇଲ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହୋଇଛି । ଏହି ମିସାଇଲକୁ ଡିଆରଡିଓ ପକ୍ଷରୁ ନିର୍ମାଣ କରାଯାଇଛି । ଏହି ମିସାଇଲରେ ଅନେକ ପ୍ରକାର ନୂଆ ଫିଚର ଯୋଡା ଯାଇଥିବା ଡିଆରଡିଓ ପକ୍ଷରୁ ସୂଚନା ମିଳିଛି । ଅଗ୍ନି ପ୍ରାଇମ ମିସାଇଲର ଲକ୍ଷ୍ୟ ଭେଦ କ୍ଷମତା ୧୦୦୦ରୁ ୨୦୦୦ କିଲୋମିଟରର କ୍ଷମତା ରହିଛି । ଡିଆରଡିଓ ଏହି ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଗ୍ନି ପ୍ରାଇମରେ ଅନେକ ଅତ୍ୟାଧୁନିକ ଫିଚର ରହିଥିବା ନେଇ ଡିଆରଡିଓ ସୂଚନା ଦେଇଛି । ୪ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୪ ମିସାଇଲ ଓ ୫ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୫ର ପ୍ରଯୁକ୍ତି ସହ ଏହାର ନିର୍ମାଣ କରାଯାଇଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଯୁଦ୍ଧ ଜାହଜଗୁଡିକୁ ଅଗ୍ନି-ପ୍ରାଇମ ଜରିଆରେ ଟାର୍ଗେଟ କରାଯାଇପାରିବ ।

hiranchal ad1
Leave A Reply

Your email address will not be published.

3 + 15 =