ଓଡିଶା ରେ ଭାଜପା ୧୨୦ରୁ ଅଧିକ ବିଧାୟକ ପାଇବ: ଅରୁଣ ସିଂହ

0 570

ସାମ୍ବାଦିକ ସମ୍ମିଳନୀରେ ଭାଜପାର ଦୃଢୋକ୍ତି

hiring

ସମ୍ବଲପୁର, ଭାରତୀୟ ଜନତା ପାର୍ଟି ନିଜର ଲକ୍ଷ୍ୟ ମିଶନ-୧୨୦ କୁ ପାର କରିଯିବ ଓ ଓଡିଶାରେ ନିଜ ସରକାର ଗଠନ କରିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ଭାଜପା ର ରାଷ୍ଟ୍ରୀୟ ସମ୍ପାଦକ ଓ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଅରୁଣ ସିଂହ ଏହିପରି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତାଙ୍କ ସହିତ ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ସୀମାଞ୍ଚଳ ଖଟେଇ ଓ ଆଞ୍ଚଳିକ ମିଡ଼ିଆ ପ୍ରଭାରୀ ମାନସ ରଞ୍ଜନ ବକ୍ସି ଆଦି ମଧ୍ୟ ମଞ୍ଚାସୀନ ଥିଲେ ।
ସେ କହିଲେ ବର୍ତ୍ତମାନ କାହିଁକି ବିଗତ କୋଡିଏ ବର୍ଷ ହେଲା ଓଡିଶାରେ ରାଜନୈତିକ ନେତା ଙ୍କ ବଦଳରେ ନୌକରଶାହୀ ଶାସନ ଚାଲିଛି ଓ ଏଠାରେ ଜନସାଧାରଣ ଏଥିରୁ ମୁକ୍ତି ଚାହୁଁଛନ୍ତି । ଅସନ୍ତୋଷ ବାତାବରଣ ଏପରି ବ୍ୟାପିଛି ଯେ ଚାରି ଜଣ ସାଂସଦ ଶାସକ ବିଜୁ ଜନତା ଦଳ ଛାଡି ଭାଜପା ରେ ଯୋଗଦାନ କରିଛନ୍ତି । ବରଗଡ଼ ଓ ବାରିପଦା ର ଉଦାହରଣ ଦେଇ ସେ କହଲେ ବିଜଦ ଅର୍ଥ ଓ ବାହୁବଳ ବିସ୍ତାର କରି ଭାଜପା ର ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ହାତେଇବା ଚେଷ୍ଟା ଚଳାଇଛି ଓ ବିଫଳ ହେଉଛି ।

ସ୍ଥାନୀୟ ସମସ୍ୟା ବିଷୟରେ ଚର୍ଚ୍ଚା କରି ଶ୍ରୀ ସିଂହ କହିଲେ ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ୨୦୧୫ ବେଳକୁ ମହାମାରୀ ରୂପେ ଦେଖା ଦେଇଥିବା ଜଣ୍ଡିସ ବର୍ତ୍ତମାନ ଏଠାରେ ପୁଣି ମୁଣ୍ଡ ଟେକିଛି, କାରଣ ସେତେବେଳେ ଏହାର ପ୍ରତିକାର ପାଇଁ ଘୋଷିତ ୧୪୦ କୋଟି ଟଙ୍କାର ସଦବିନିଯୋଗ ହୋଇ ନ ଥିଲା । ଶାସକ ପକ୍ଷରୁ ଏପରି ଭ୍ରଷ୍ଟାଚାର କୁ ପ୍ରଶ୍ରୟ ଦିଆ ଯାଉଥିବା ଉଲ୍ଲେଖ କରି ସେ କହିଲେ ଏହି କାରଣରୁ ଏଠାରେ ସାଂସଦ ପ୍ରାର୍ଥୀ ରୂପେ ଜଣେ ଭ୍ରଷ୍ଟ ଅଫିସର କୁ ଠିଆ କରାଯାଇଛି । ତାଙ୍କ ତତ୍ୱାଧୀନ ରେ ଏଠାରେ ନିର୍ମାଣାଧୀନ ଫ୍ଲାଇଓଭର କୁ ଲୋକମାନେ ମନେ ରଖିଛନ୍ତି ଓ ଆଗାମୀ ଦିନରେ ଭୋଟ ଦେଲାବେଳକୁ ଏହାର ଉଚିତ ଜବାବ ଦେବେ । ଏହାର ମୁକାବିଲା ରେ ଭାଜପା ର
ସାଂସଦ ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କୁ ସେ ସ୍ୱଚ୍ଛଳ ଛବି ସମ୍ପନ୍ନ ବ୍ୟକ୍ତି ବୋଲି ସେ କହିଲେ ।

hiranchal ad1
Leave A Reply

Your email address will not be published.

five × 2 =