ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାୟମ ରହିଲା

0 603

ଭାଜପା ପକ୍ଷରୁ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇ ପାରିଲା ନାହିଁ

ସମ୍ବଲପୁର- ଲାଭଜନକ ପଦରେ ଥାଇ ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅଭିଯୋଗରୁ ବିଜୁ ଜନତା ଦଳର ପ୍ରାର୍ଥୀ ନଳିନୀ ପ୍ରଧାନ ପରିଷ୍କାର ଭାବେ ମୁକୁଳି ଆସିଛନ୍ତି ବୋଲି ସେ ଆଜି ମଧ୍ଯାନ୍ନରେ ଘୋଷଣା କଲେ । ସମ୍ବଲପୁର ଲୋକସଭା କ୍ଷେତ୍ର ନିର୍ବାଚନ ଅଧିକାରୀ ରୂପେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଦୀର୍ଘ ସତୁରି ମିନିଟ ଧରି ଘମାଘୋଟ ଆଲୋଚନା ପରେ ବାହାରେ ଅପେକ୍ଷାରତ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଲେ ଯେ ତାଙ୍କ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଅଣା ଯାଇଥିଲା ଓ ଆଜି ସେ ଉକ୍ତ ଅଭିଯୋଗ କୁ ମିଥ୍ୟା ପ୍ରମାଣିତ କରି ଆସିଛନ୍ତି ଓ ଏହା ବସ୍ତୁତ: ସତ୍ୟର ଜୟ ଅଟେ । ସେ ପୁଣି କହିଲେ ଏହି ପରି ମିଥ୍ୟା ଅଭିଯୋଗ ଆଣିବା ଭାଜପାର ପୁରୁଣା ଅଭ୍ଯାସ ଓ ପରିଣାମ ସ୍ବରୂପ ସେହି ପାର୍ଟି ବାରମ୍ବାର ଲୋକହସା ହେଉଛି ।

hiring

ଆଗତ ଅଭିଯୋଗ ବିଷୟରେ ସ୍ପଷ୍ଟୀକରଣ ଦେଇ ଶ୍ରୀ ପ୍ରଧାନ କହିଲେ ନିର୍ବାଚନ କୁ ଓହ୍ଲାଇବା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ଉଚ୍ଚପଦରୁ ଇସ୍ତଫା ଦେଇଥିଲେ ଓ ସେତେବେଳେ ଅନ୍ୟ ସମସ୍ତ ଲାଭଜନକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ, ପ୍ରାର୍ଥୀପତ୍ର ଦାଖଲ ସମୟରେ ଏହି ବିଷୟରେ କିଛି ପଚରା ଯାଇ ନ ଥିଲା, ଏଣୁ ଏହାର ଉଲ୍ଲେଖ କରି ନ ଥିଲେ । ଆଜି ଆଲୋଚନା ସମୟରେ ଏହାର ଉଲ୍ଲେଖ ଆସିବା କ୍ଷଣି ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ଉପଯୁକ୍ତ ଅଧିକାରୀ ଙ୍କୁ ସନ୍ତୁଷ୍ଟ କରିଛନ୍ତି ।

ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟି ର ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ ଅଭିଯୋଗ ଆଣିଥିଲେ କି ସରକାରୀ ପଦରୃ ଇସ୍ତଫା ଦେଲାପରେ ମଧ୍ୟ ବିଜଦ ପ୍ରାର୍ଥୀ ଶ୍ରୀ ପ୍ରଧାନ ଅନ୍ୟ ଦୁଇଟି ଲାଭଜନକ ପଦରେ ଏ ପର୍ଯ୍ୟନ୍ତ ରହି ଆସିଛନ୍ତି । ଏପରି ଅଭିଯୋଗ ଆସିବା ପରେ କାଲି ଅପରାହ୍ନ ରୁ ଏଠାରେ ରାଜନୈତିକ କ୍ଷେତ୍ରରେ ହଇଚଇ ସୃଷ୍ଟି ହେଲା । କିଛି ଲୋକମାନେ ଏହା ଦ୍ବାରା ବିଜଦ ପ୍ରାର୍ଥୀ ଙ୍କ ପ୍ରାର୍ଥୀପତ୍ର ନାକଚ ହୋଇ ପାରେ ଓ ସମ୍ବଲପୁର ରୁ ଲୋକସଭା ପାଇଁ ଭାଜପା ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କ ବିଜୟ ସୁନିଶ୍ଚିତ ବୋଲି ଚର୍ଚ୍ଚା ଆରମ୍ଭ କରି ଦେଇଥିଲେ । ଏପରି ଆଶଙ୍କା କୁ ନେଇ ଆଜି ଜିଲ୍ଲାପାଳ ଙ୍କ ପ୍ରକୋଷ୍ଠରେ ଆଲୋଚନା ହୋଇଥିଲା । ବାହାରେ ବିଜଦ ପକ୍ଷରୁ ହଜାର ହଜାର ସଙ୍ଖ୍ଯକ ସମର୍ଥକ ଏକତ୍ରିତ ହୋଇ ନଳିନୀ ପ୍ରଧାନ ଙ୍କ ସପକ୍ଷରେ ନାରାବାଜୀ କରିବାରୁ ଜିଲ୍ଲାପାଳ କାର୍ଯ୍ଯାଲୟ ଚାରିଆଡେ ଉତ୍ତେଜନାପୂର୍ଣ୍ଣ ବାତାବରଣ ଥିଲା ଓ ସୁରକ୍ଷା ଦୃଷ୍ଟିରୁ କଡା ପୁଲିସ ବ୍ଯଵସ୍ଥା କରାଯାଇଥିଲା । ଯେ ଯାହା ହେଉ ଏପରି ସମସ୍ତ ଆଶଙ୍କା ର ବର୍ତ୍ତମାନ ଅବସାନ ଘଟିଛି ।

hiranchal ad1
Leave A Reply

Your email address will not be published.

1 × one =