ସ୍ୱାଧୀନ ପ୍ରାର୍ଥୀ ହେଲେ ଜାକବ

0 529

ଭୁବନେଶ୍ୱର : କଂଗ୍ରେସ ଟିକେଟ ନପାଇ ବିଧାୟକ ଜାକବ ପ୍ରଧାନ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଜି.ଉଦୟଗିରିରୁ ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀ ପ୍ରଧାନ ନିଜର ନାମାଙ୍କନପତ୍ର ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ବିଧାୟକ ଥିବା ଜାକବଙ୍କୁ ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟ ଦେଇନଥିଲା । ମାତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସବୁ ବିଧାୟକଙ୍କୁ ଟିକେଟ ଦିଆଯିବ ବୋଲି କହିଥିଲେ । ହେଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ତାଙ୍କ ସଂପର୍କରେ ମିଛି ରିପୋର୍ଟ ଦେବାରୁ ତାଙ୍କର ଟିକେଟ କଟିଯାଇଥିବେ ସେ ଅଭିଯୋଗ କରିଥିଲେ । ଏ ନେଇ ଶ୍ରୀ ପ୍ରଧାନ ନିଜର କ୍ଷୋଭ ପ୍ରକାଶ କରି ସ୍ୱାଧୀନ ଭାବରେ ଲଢୁଥିଲେ ହିଁ କଂଗ୍ରେସ ଲୋକ ହିସାବରେ କଂଗ୍ରେସରେ ରହିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 1 =