ଡା. ରାସେଶ୍ୱରୀ ପାଣିଗ୍ରାହୀ ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କଲେ

0 593

ସମ୍ବଲପୁର, ବିଜୁ ଜନତା ଦଳ ର ବିଧାୟିକା ରୂପେ ଗତ ପାଞ୍ଚ ବର୍ଷ କାର୍ଯ୍ୟକାଳ ପରେ ଡା ରାସେଶ୍ୱରୀ ପାଣିଗ୍ରାହୀ ଙ୍କୁ ପୁଣି ଏଥର ନିର୍ବାଚନ ଲଢିବାକୁ ସୁଯୋଗ ମିଲିଛି । ଆଜି ପୂର୍ବାହ୍ନ ଏଗାରଟାରେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଈ ଙ୍କ ପୀଠ ରେ ପୂଜାର୍ଚ୍ଚନା ପରେ ସ୍ଥାନୀୟ ଐତିହାସିକ ବାଲିବନ୍ଧା ଠାରୁ ବାଜାଗାଜା ସହିତ ଏକ ବିରାଟ ପଟୁଆରରେ ନଗର ପରିକ୍ରମା କଲେ ଓ ପ୍ରାୟ ପାଞ୍ଚ ହଜାର ସମର୍ଥକ ଙ୍କ ଗହଣରେ ସମ୍ବଲପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ସେଠାରେ ବିଜେଡି ର ଅଧିକୃତ ପ୍ରାର୍ଥୀ ରୂପେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

hiring

ପୂର୍ବ ସୂଚନା ଅନୁସାରେ ଆଜି ଶୁକ୍ରବାର ମାର୍ଚ୍ଚ ୨୯ ତାରିଖ ଦିନ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରାଯିବାର ଥିଲା କିନ୍ତୁ ପରେ ଏହି କାର୍ଯ୍ୟକ୍ରମ ରେ ପରିବର୍ତ୍ତନ ସହିତ ଏପ୍ରିଲ ୩ ତାରିଖ ଦିନ ଏହା କରାଯିବାର ବିଷୟରେ ଜଣା ଯାଇଥିଲା । କିନ୍ତୁ ହଠାତ କାଲି ସନ୍ଧ୍ୟା ସମୟରେ ଏହି କାର୍ଯ୍ୟକ୍ରମ ରେ ପୁଣି ପରିବର୍ତ୍ତନ ଘୋଷଣା କରାଗଲା ଓ ଆଜି ତଦାନୁରୂପେ ସେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କଲେ ।

hiranchal ad1
Leave A Reply

Your email address will not be published.

17 − 8 =