ନିର୍ବାଚନ ଲଢିବେନି ପ୍ରଭାତ ବିଶ୍ୱାଳ

0 554

ଭୁବନେଶ୍ୱର : କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଚଳିତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବନାହିଁ ବୋଲି ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଭାବରେ ଜଣାଇଛନ୍ତି । ପ୍ରଭାତ କହିଛନ୍ତି ଚିଟ୍ଫଣ୍ଡ ଘଟଣାରେ ସେ ଅଭିଯୁକ୍ତ ଥିବାରୁ ଓ ତାଙ୍କ ମାମଲା ବିଚାରାଧୀନ ଥିବାରୁ ସେ ନିର୍ବାଚନ ଲଢିବା ପାଇଁ ଚାହୁଁନାହାଁନ୍ତି । ଏହାଦ୍ୱାର ଦଳକୁ ଅନ୍ୟ କେହି ଯେପରି ବଦନାମ ନକରିବେ ଏଥିପାଇଁ ସେ ନିର୍ବାଚନ ଲଢିବେନାହିଁ । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ବାଙ୍କୀ ବିଧାୟକ ପ୍୍ରଭାତ ତ୍ରିପାଠୀ ନିର୍ବାଚନ ନ ଲଢିବା ପାଇଁ ଘୋଷଣା କରିଥିଲେ । ତେବେ ଦୁଇ ପ୍ରଭାତଙ୍କର ଏଭଳି ନିଷ୍ପତ୍ତି ପରେ ବିଜେଡିର ଅନ୍ୟ ଚିଟ୍ଫଣ୍ଡ ଅଭିଯୁକ୍ତ ନେତାମାନେ ନିର୍ବାଚନ ନ ଲଢିବା ପାଇଁ ଏବେ ନବୀନଙ୍କୁ ଜଣାଇବେ କି ବୋଲି ରାଜନୈତିକ ମହଲରେ ପ୍ରଶ୍ନ ଉଠିଲାଣି । ଏପରି ହେଲେ ସିବିଆଇ ଦ୍ୱାରା ଜେରା ହୋଇଥିବା, ଜେଲ ଯାଇ ଜାମିନରେ ଆସିଥିବା, ନୋଟିସ୍ ପାଇଥିବା ବିଧାୟକମାନେ ଟିକେଟରୁ ବଞ୍ଚିତ ହେବେ ବୋଲି ଅନୁମାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

sixteen − 1 =