ବୁଧବାର ଦିନ ମୋଟ ଆଠଟି ପ୍ରାର୍ଥୀପତ୍ର ଦାଖଲ, ଲୋକସଭା ପାଇଁ ୨ଟି ଓ ବିଧାନସଭା ପାଇଁ ୬ଟି

0 589

ସମ୍ବଲପୁର- ପ୍ରାର୍ଥୀପତ୍ର ଦାଖଲ ର ଶେଷ ତାରିଖର ଠିକ ଆଗ ଦିନ ଆଜି ଏଠାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭାଜପା, ବିଜଦ, କଙ୍ଗ୍ରେସ ଓ ନିର୍ଦଳୀୟ ପ୍ରାର୍ଥୀଙ୍କୁ ମିଶାଇ ସର୍ବମୋଟ ଆଠଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି ।
ଆଜିର ମୁଖ୍ୟ ଆକର୍ଷଣ ଥିଲା ଭାଜପାର ବିଶାଳ ଶୋଭାଯାତ୍ରା ଯେଉଁଥିରେ ସମ୍ବଲପୁର ଓ ରେଙ୍ଗାଲୀ ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ଜୟନାରାୟଣ ମିଶ୍ର ଓ ନାଉରୀ ନାଏକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ ସାମିଲ ଥିଲେ । ଏହି କ୍ଷେତ୍ରରୁ ନିରନ୍ତର ତିନି ଥର ନିର୍ବାଚନ ଜିଣି ବିଧାୟକ ଓ ମନ୍ତ୍ରୀ ହୋଇଥିବା ଜୟନାରାୟଣ ମିଶ୍ର ଗତ ନିର୍ବାଚନରେ ଅଳ୍ପ ସାମାନ୍ୟ ବ୍ଯବଧାନ ରେ ବିଜଦ ପ୍ରାର୍ଥୀ ଡା ରାସେଶ୍ବରୀ ପାଣିଗ୍ରାହୀ ଙ୍କ ଠାରୁ ହାରି ଯାଇଥିଲେ । ଏଣୁ ତାଙ୍କ ପାଇଁ ଏଥର ଆରମ୍ଭ ରୁ ଶକ୍ତି ପ୍ରଦର୍ଶନ ଜରୁରୀ ବୋଲି ସେ ଭାବି ନେଇଥିଲେ ଓ ଏହାକୁ ଆଜି କାର୍ଯ୍ୟକାରୀ କରି ଦେଖାଇଥିଲେ । ଏହି ପଟୁଆର ବାଜାଗାଜା ଓ ପାର୍ଟି ସମର୍ଥକ ମାନଙ୍କୁ ନେଇ ସ୍ଥାନୀୟ କ୍ଷେତରାଜପୁର ରୁ ଉପଜିଲ୍ଲାପାଳ କାର୍ଯ୍ଯାଲୟ ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ଲମ୍ବା ନଗର ପରିକ୍ରମା କରିଥିଲା ଓ ପ୍ରତ୍ଯେକ ଛକ ଓ ଅନ୍ଯାନ୍ଯ ସ୍ଥାନମାନଙ୍କରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନାମାନ ଦିଆ ଯାଇ ଥିଲା ।

hiring

ସ୍ଥାନୀୟ ରେଙ୍ଗାଲୀ ବିଧାନସଭା କ୍ଷେତ୍ରରୁ ବିଜଦ ପ୍ରାର୍ଥୀ ଶ୍ରୀମତୀ ରିନା ତନ୍ତୀ ସଦଳବଳେ ଏକ ଶୋଭାଯାତ୍ରାରେ ଆସି ମଧ୍ଯାନ୍ନ ପ୍ରାୟ ୧୨.୩୪ ରେ ଆଜି ସର୍ବପ୍ରଥମେ ସମ୍ବଲପୁର ଉପଜିଲ୍ଲାପାଳ କାର୍ଯ୍ଯାଲୟ ରେ ନିଜ ପ୍ରାର୍ଥୀପତ୍ର ଦାଖଲ କଲେ । ତାଙ୍କ ପରେ ରେଙ୍ଗାଲୀ ବିଧାନସଭା କ୍ଷେତ୍ରରୁ କଙ୍ଗ୍ରେସ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସ ନିଜ ଦଳୀୟ ସମର୍ଥକଙ୍କ ଗହଣ ରେ ଆସି ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ଆସି ବିଜଦର ବିଦ୍ରୋହୀ ନେତା ଜୟବ୍ରତ ଦେ ଏକ ସ୍ବାଧୀନ ପ୍ରାର୍ଥୀ ରୂପେ ନିଜର ପ୍ରାର୍ଥୀପତ୍ର ଭରି ଥିଲେ । ତାଙ୍କର ଏହି ଶକ୍ତି ପ୍ରଦର୍ଶନ ପ୍ରତି ଜନସାଧାରଣ ସମେତ ବିଜଦ ନେତୃବୃନ୍ଦର ମଧ୍ୟ ତୀକ୍ଷ୍ଣ ଦୃଷ୍ଟି ଥିଲା, କାରଣ ଏଠାରେ ବିଜଦ ର ସବୁ ଗଣିତ ଭୁଲ ପ୍ରମାଣିତ କରି ପାରନ୍ତି ବୋଲି ଆଶଙ୍କା କୁ ଅନାୟାସରେ ଏଡା ଯାଇ ପାରିବ ନାହିଁ । ଇତି ମଧ୍ୟରେ ସମ୍ବଲପୁର ଲୋକସଭା ପାଇଁ ପ୍ରଗତିଶୀଳ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ରୂପେ ଆତ୍ମାରାମ ସୂପକାର ନିରାଡମ୍ବର ସହିତ ସମ୍ବଲପୁର ଜିଲ୍ଲାପାଳ ଙ୍କ ପାଖରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜିର ଏହି ନିର୍ବାଚନୀ ସକ୍ରିୟତା କୁ ଜନସାଧାରଣ ଉତ୍ସୁକତାର ସହିତ ଉପଭୋଗ କରିଥିଲେ ଏଣୁ ନଗରସାରା ଜନଗହଳି ଦେଖା ଦେଇଥିଲା ।

hiranchal ad1
Leave A Reply

Your email address will not be published.

16 − 7 =