ଶେଷଦିନରେ ନବୀନଙ୍କ ବଡ଼ ଘୋଷଣା- ନିଜେ ନେଲେ କେନ୍ଦ୍ରାପଡ଼ା ଦାୟିତ୍ୱ

0 662

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ହେଉଛି ବିଜୁ ବାବୁଙ୍କ କର୍ମଭୂମି। ବିଜୁ ବାବୁ କେନ୍ଦ୍ରାପଡ଼ାକୁ ନିଜର ପରିବାର ଭଳି ଦେଖୁଥିଲେ। ସେ ସଂପର୍କ ଓ ଭାବ ଆଜି ମଧ୍ୟ ରହିଛି। କେନ୍ଦ୍ରାପଡ଼ା ସହିତ ତାଙ୍କର ସଂପର୍କର ନିବିଡ଼ତା ଏମିତି ଭାେବ ମନେ ପକାଇ ବିେଜଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି କେନ୍ଦ୍ରାପଡ଼ା ବିକାଶ ଦାୟିତ୍ବ ସେ ନିଜେ ଦେଖିବେ ବୋଲି ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୁତି ଦେଇ ଫେରିଛନ୍ତି ନବୀନ।

hiring

ବିଜୁ ବାବୁଙ୍କ ଭଳି କେନ୍ଦ୍ରାପଡ଼ା ପ୍ରତି ନବୀନଙ୍କ ଏଭଳି ଭଲପାଇବା ଆଜି ଜିଲ୍ଲା ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଗତକାଲିଠାରୁ କେନ୍ଦ୍ରାପଡ଼ା ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ଓ ସେଠାରେ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବା ସହିତ ରାତ୍ରିଯାପନ କରିଥିଲେ। ନବୀନଙ୍କ ଦୁଇ ଦିନିଆ ରହଣି ସମୟରେ ଆେୟାଜନ ହୋଇଥିବା ରୋଡ ସୋ’ରେ ଜିଲ୍ଲାବାସୀଙ୍କ ଆକର୍ଷଣୀୟ ଉପସ୍ଥିତି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

hiranchal ad1
Leave A Reply

Your email address will not be published.

twenty − thirteen =