୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବିଏସ୍‌ପି ମୁଖ୍ୟ ମାୟାବତୀ

0 573

ଲକ୍ଷ୍ନୌ: ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ବୁଧବାର ଦିନ ଘୋଷଣା କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ।

hiring

ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ କହିଛନ୍ତି ସେ ଉତ୍ତର ପ୍ରଦେଶରେ ତାଙ୍କ ଦଳ ଓ ସମାଜବାଦୀ ପାର୍ଟିର ସହଯୋଗୀମାନଙ୍କୁ ସଫଳତା ହାସଲ କରାଇବାରେ ସହଯୋଗ କରିବେ। ନିଜେ ନିର୍ବାଚନ ଲଢ଼ିବେ ନାହିଁ। ସେ କହିଛନ୍ତି: ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ମୁଁ ସ୍ଥିର କରିଛି। ମୁଁ ନିଶ୍ଚିତ ଯେ ଦଳୀୟ ଲୋକେ ମୋ ନିଷ୍ପତ୍ତିକୁ ପୂର୍ଣ୍ଣରୂପେ ବୁଝି ପାରୁଥିବେ।

ପୂର୍ବରୁ ମାୟାବତୀ କଂଗ୍ରେସ ସହ ମେଣ୍ଟ କରିବ ବୋଲି କୁହାଯାଉଥିଲା, କିନ୍ତୁ ସେ ସମାଜବାଦୀ ପାର୍ଟି ସହ ଯୋଗ ଦେଇଥିଲା। ଯଦି ବିଏସ୍‌ପି, ଏସ୍‌ପି ନେତାମାନେ ଚାହାନ୍ତି ତେବେ ସେମାନେ ଲଢ଼ି ପାରିବେ ବୋଲି କହି ଉତ୍ତର ପ୍ରଦେଶରେ କଂଗ୍ରେସ ୭ଟି ଆସନ ଛାଡ଼ିଥିଲା। ମାୟାବତୀ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ କି, ଭ୍ରାନ୍ତ ଧାରଣା ଦିଆଯାଉଛି। ସେ ମଧ୍ୟ କହିଥିଲେ କି, ବିଏସ୍‌ପି-ଏସ୍‌ପି ଯୋଡ଼ି ଉତ୍ତର ପ୍ରଦେଶରେ ବିଜେପି ହରାଇବାକୁ ଯଥେଷ୍ଟ। କଂଗ୍ରେସ ସବୁ ଆସନରେ ପ୍ରତିଦ୍ୱନ୍ଦିତା କରୁ।

hiranchal ad1
Leave A Reply

Your email address will not be published.

nine − three =