ଇଣ୍ଡିଜ୍ ଦଳ ପାଇଁ ଭାରତୀୟ ଦଳ ଘୋଷିତ : ଟି-୨୦ରୁ ବୁମ୍ରା, ପାଣ୍ଡ୍ୟା ବିଶ୍ରାମ, ଫେରିଲେ ଧାୱନ

0 563

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଆଜି ଘୋଷଣା କରାଯାଇଛି । ବିଭିନ୍ନ ଦୃଷ୍ଟିରୁ ତିନୋଟିଯାକ ସିରିଜ୍ ଟେଷ୍ଟ, ଦିନିକିଆ ଓ ଟି-୨୦ ପାଇଁ ଘୋଷିତ ଦଳ ବିଶେଷ ଗୁରୁତ୍ୱ ବହନ କରୁଛି । ଟି-୨୦ ଓ ଦିନିକିଆ ସିରିଜ୍ରେ ଜଶପ୍ରୀତ୍ ବୁମ୍ରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦିଆଯାଇଥିବା ବେଳେ ଶିଖର ଧାୱନ୍ ଫେରିଛନ୍ତି । ସଦ୍ୟ ସମାପ୍ତ ଆଇସିସି ବିଶ୍ୱକପ୍-୨୦୧୯ ଖେଳୁଥିବା ବେଳେ ଧାୱନ ଆହତ ହୋଇଥିଲେ । ସେବେଠୁ ସେ ବିଶ୍ରାମରେ ଥିଲେ । ତାଙ୍କର ପ୍ରତ୍ୟାବର୍ତ୍ତନ ନେଇ କିଛିଦିନ ହେଲା ଚର୍ଚ୍ଚା ହେଉଥିଲା । ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି । ଟି-୨୦ ଦଳରେ କେତୋଟି ନୂଆ ମୁହଁ ଦେଖିବାକୁ ମିଳିଛି । ସେମାନେ ହେଲେ ନବଦୀପ ସାଇନି, ରାହୁଲ ଚହର ଓ ଶ୍ରେୟସ ଆୟାର ।

ବୁମ୍ରା ଓ ପାଣ୍ଡ୍ୟାଙ୍କ ଭଳି ଅନ୍ୟ ଯେଉଁ କେତେଜଣ ବାଦ୍ ପଡ଼ିଛନ୍ତି, ସେମାନଙ୍କ ମଧ୍ୟରେ କେଦାର ଯାଦବ ଅର୍ନ୍ତଭୁକ୍ତ । ଦିନିକିଆ ଦଳରେ ବୁମ୍ରାଙ୍କ ସ୍ଥାନରେ ସାଇନିଙ୍କୁ ନିଆଯାଇଥିବା ବେଳେ ମନୀଷ ପାଣ୍ଡେ ଓ ଶ୍ରେୟସଙ୍କୁ ପୁନର୍ବାର ସାମିଲ୍ କରାଯାଇଛି ।

hiring

ସେହିପରି, ଟେଷ୍ଟ ଦଳରେ ରିଦ୍ଧିମନ୍ ଶାହାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ତେବେ ଏହି ସ୍ଥାନ ପାଇଁ ରିଷଭ ପନ୍ତଙ୍କ ନାମ ରହିଥିବାରୁ ସେଥିଲାଗି ଶାହାଙ୍କୁ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଉମେଶ ଯାଦବ ଦଳରେ ସୁଯୋଗ ପାଇଛନ୍ତି । ଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇଟି ଟେଷ୍ଟ ପାଇଁ ଘୋଷିତ ଦଳରେ ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟା ରାହାଣେ (ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ୍, କେଏଲ୍ ରାହୁଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରୋହିତ ଶର୍ମା, ରିଷଭ ପନ୍ତ (ୱିକେଟ୍ କିପର), ରିଦ୍ଧିମନ ଶାହା (ୱିକେଟ୍ କିପର), ରବୀଚନ୍ଦ୍ରନ୍ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଜଶପ୍ରୀତ୍ ବୁମ୍ରା ଓ ଉମେଶ ଯାଦବ ଅଛନ୍ତି । ସେହିପରି, ଦିନିକିଆ ଦଳରେ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, କେଏଲ୍ ରାହୁଲ୍, ଶେୟସ ଆୟାର, ମନୀଷ୍ ପାଣ୍ଡେ, ରିଷଭ ପନ୍ତ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଜୁଜୁବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ନବଦୀପ ସାଇନି ସ୍ଥାନ ପାଇଛନ୍ତି । ଟି-୨୦ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, କେଏଲ୍ ରାହୁଲ୍, ଶ୍ରୟାସ ଆୟାର୍, ମନୀଷ୍ ପାଣ୍ଡେ, ରିଷଭ ପନ୍ତ, କ୍ରୁନାଲ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ୱାଶିଂଟନ୍ ସୁନ୍ଦର, ରାହୁଲ୍ ଚାବର, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ଦୀପକ ଚହର୍, ନବଦୀପ୍ ସାଇନି ।

hiranchal ad1
Leave A Reply

Your email address will not be published.

ten + eleven =