କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ ରାହାଣେ, ଦେବେ ଏତିକି ଲକ୍ଷ

0 615

ମୁମ୍ବାଇ : କରୋନା ମହାମାରୀ ମୁକାବିଲା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୪ ତାରିଖ ଯାଏଁ ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ମହାମାରୀ ରୋଗରୁ ଦେଶ ତଥା ରାଜ୍ୟକୁ ରକ୍ଷା କରିବା ପାଇଁ ସହାୟତାର ହାତ ବଢାଇଛନ୍ତି ଟେଷ୍ଟ ଟିମର ଅଧିନାୟକ ଆଜିଙ୍କ୍ୟ ରାହାଣେ । ସେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ଯେ, କରୋନା ମୁକାବିଲା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠକୁ ସେ ୧୦ଲକ୍ଷ ଟଙ୍କା ଦାନ କରିବେ । ସେହିପରି ସେ କହିଛନ୍ତି ମୋ ଦ୍ୱାରା ଆଗକୁ ଯାହା ସମ୍ଭବ ହେବ ତାହା କରିବି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ସଚିନ ତେନ୍ଦୁଲକର ୫୦ଲକ୍ଷ ଦାନ କରିଥିବା ବେଳେ ସୁରେଶ ରାଇନା ୫୨ଲକ୍ଷ ଟଙ୍କା ଦାନ କରିଛନ୍ତି । ସେହିପରି ବିସିସିଆଇ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧କୋଟି ଟଙ୍କା ଦାନ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

3 × 5 =