କରୋନା ମୁକାବିଲା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଞ୍ଜୁର କଲେ ୨କୋଟି ୫୦ଲକ୍ଷ

0 875

କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୨କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ନୟାଗଡ ଜିଲ୍ଲାରେ ଚିକିତ୍ସା ସୁବିଧା ପାଇଁ ବିଭିନ୍ନ ଟେଷ୍ଟିଂ ଓ ସ୍କ୍ରିନିଂ ଉପକରଣ ପାଇଁ ଏହି ଅର୍ଥ ମଞ୍ଜୁର କରିଛନ୍ତି । ଏନେଇ ଡ଼. ସାମନ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚାରି ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ରଲେଖି ଅନୁମୋଦନ କରିଛନ୍ତି।

ଏଥିରେ କନ୍ଧମାଳ ପାଇଁ ୧୧୦ ଲକ୍ଷ ଟଙ୍କା , ବୌଦ୍ଧ ଜିଲ୍ଲା ପାଇଁ ୭୦ ଲକ୍ଷ ଟଙ୍କା ଓ ଉଭୟ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲା ପାଇଁ ୩୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ପାଇଁ ଉଲ୍ଲେଖ ରହିଛି। 

hiring

ସୁଚନାଯୋଗ୍ୟ ଯେ ସାଂସଦ ଶ୍ରୀ ସାମନ୍ତ ସେ ତାଙ୍କ ତିନିମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ଏହାସହିତ ଅନ୍ୟ ସାଂସଦ ଓ ବିଧାୟକମାନେ ଏଥିପାଇଁ ସହଯୋଗର ହାତ ବଢାଇବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − nine =