କାହାକୁ କଟକଣା ନାହିଁ, ସମସ୍ତେ ମନଖୋଲି କହିପାରିବେ: କୋହଲି

0 595

ନୂଆଦିଲ୍ଲୀ: ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଏବଂ ଆଗକୁ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ଟୁର୍ଣ୍ଣାମେଣ୍ଟକୁ ନେଇ ଗଣମାଧ୍ୟମରେ ନାନା ଚର୍ଚ୍ଚା ଲାଗି ରହିଛି । ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଖେଳାଳି ମନୋନୟନରେ ବ୍ୟତିକ୍ରମ ନେଇ ଆଲୋଚନା ହୋଇଛି । ଖେଳାଳିମାନଙ୍କୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଉନାହିଁ ବୋଲି ଅଭିଯୋଗ ମଧ୍ୟ ଉଠିଛି । ଏହି ପରିପ୍ରେକ୍ଷୀରେ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, ଦଳରେ କୌଣସି ଖେଳାଳିଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ସମସ୍ତେ ନିଜ ମନ କଥା ପ୍ରକାଶ କରିପାରିବେ । ସେମାନଙ୍କୁ ଏଥିରେ କେହି ବାଧା ଦେଇପାରିବେ ନାହିଁ । ଖେଳାଳିମାନେ ଯଦି ଭାବୁଥାନ୍ତି ଯେ, ସେମାନଙ୍କୁ କେହି ରୋକିବା ପାଇଁ ଉଦ୍ୟମ କରୁଛି, ତା’ହେଲେ ସେମାନେ ତାହା ମଧ୍ୟ ପ୍ରକାଶ କରିପାରିବେ ବୋଲି କୋହଲି କହିଛନ୍ତି । କୋହଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ, ଦଳରେ ସନ୍ତୁଳନ ରକ୍ଷା କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

hiring

ଯଦି ସନ୍ତୁଳନ ନରୁହେ, ତା’ହେଲେ ତାହା ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ । ଖେଳରେ ନୀରବଚ୍ଛିନ୍ନ ପ୍ରଦର୍ଶନ ଉପରେ ସମସ୍ତେ ଆଲୋଚନା କରିଥାନ୍ତି । କିନ୍ତୁ ନୀରବଚ୍ଛିନ୍ନତା ରହିବା ଅନେକ ସମୟରେ ସମ୍ଭବ ହୋଇନଥାଏ । କ୍ରିକେଟ୍ ହେଉ କି ଗଳ୍ଫ, କୌଣସି କ୍ରୀଡ଼ାରେ ସବୁବେଳେ ଜଣେ ଖେଳାଳିଙ୍କର ବା ଦଳର ପ୍ରଦର୍ଶନ ସମାନ ରହିବ ବୋଲି କୁହାଯାଇନପାରେ । ଏପରିକି ଟେନିସ୍ ଖେଳରେ ମଧ୍ୟ ବ୍ୟତିକ୍ରମ ଦେଖାଦେଇଥାଏ । ଜଣେ ଜଣେ ଖ୍ୟାତନାମା ଟେନିସ୍ ଖେଳାଳି ଅନେକ ସମୟରେ ବିଫଳ ମଧ୍ୟ ହୋଇଥାନ୍ତି । କାରଣ ସବୁବେଳେ ତାଙ୍କର ନୀରବଚ୍ଛିନ୍ନ ପ୍ରଦର୍ଶନ ଅକ୍ଷୁର୍ଣ୍ଣ ରହିନଥାଏ । ଏହି କାରଣରୁ ବେଳେବେଳେ ତାଙ୍କୁ ଆଶାନୁରୂପ ସଫଳତା ମିଳିନଥାଏ । କ୍ରିକେଟରେ ମଧ୍ୟ ଏଭଳି ସମସ୍ୟା ଲାଗି ରହିଛି । ଜଣେ ପ୍ରଫେସନାଲ୍ ଖେଳାଳିଙ୍କ ପାଇଁ କ୍ରିକେଟ୍ ସବୁକିଛି । ଯେତେବେଳେ ଜଣେ ଖେଳାଳି ଭଲ ଫର୍ମରେ ଥାଆନ୍ତି ସେ ପେଶାଦାର ମନୋବୃତ୍ତିକୁ ଗୁରୁତ୍ୱ ଦେଇଥାନ୍ତି । ମୁଁ ମୋ କ୍ୟାରିୟରରେ ସବୁବେଳେ ଭଲ ପ୍ରଦର୍ଶନକୁ ଗୁରୁତ୍ୱ ଦେଇଆସିଛି । ପେଶାଦାର କ୍ରିକେଟ୍କୁ ଆହୁରି ସମୃଦ୍ଧ କରିବାକୁ ହେଲେ ଜଣେ ଖେଳାଳିକୁ ପରିବାର କିମ୍ବା ପତ୍ନୀଙ୍କ ଠାରୁ ୂରେଇ ରଖିବାକୁ ପଡ଼ିଥାଏ । ଏପରି ନହେଲେ ଖେଳିବା ବାଧାପ୍ରାପ୍ତ ହୋଇଥାଏ ବୋଲି କୋହଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 + 1 =