କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବା ପାଇଁ ବିଜେପିରେ ଛକାପଞ୍ଝା

0 599

ବେଙ୍ଗାଲୁର: କର୍ଣ୍ଣାଟକରେ ୧୩ ମାସର କଂଗ୍ରେସ ଓ ଜେଡ଼ିଏସ୍ ସରକାରକୁ ଗଡ଼ାଇବା ଲାଗି ଦୀର୍ଘ ମାସେ ହେଲା ବିଜେପି ଉଦ୍ୟମ କରିଆସୁଥିଲା । ଏବେ ଶେଷରେ ଏଚ୍ଡ଼ି କୁମାରସ୍ୱାମୀ ନେତୃତ୍ୱାଧୀନ ମିଳିତ ସରକାରର ପତନ ଘଟିଛି । ଗତକାଲି କୁମାରସ୍ୱାମୀ ଆସ୍ଥା ଭୋଟରେ ହାରିଯାଇଛନ୍ତି । ଏହାପରେ ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ଏବେ ଜୋରସୋର ଉଦ୍ୟମ ଆରମ୍ଭ କରିଦେଇଛି । ତେବେ ଯଦି ବିଜେପି ସରକାର ହୁଏ, ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଦଳରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଫଳରେ ବିଜେପିରେ ମଧ୍ୟ ବିଦ୍ରୋହ ଦେଖାଦେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ବିଏସ୍ ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ହେବା ପାଇଁ ଉଚ୍ଚାଭିଳାଷ ରଖିଛନ୍ତି । ଜଣେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା କହିଛନ୍ତି ଯେ, ୟେଦୁରାପ୍ପା ହିଁ ମୁଖ୍ୟମନ୍ତ୍ରୀ ହେବେ । ତେବେ ଆଉଜଣେ ବିଜେପି ନେତା ଜଗଦୀଶ୍ ସଟ୍ଟର କହିଛନ୍ତି ଯେ, ମୋ ପଛରେ ୧୦୫ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ମୋ ନେତୃତ୍ୱରେ ସରକାର ଗଠନ ହେବ । କୁମାରସ୍ୱାମୀ ସରକାର ଭାଙ୍ଗିବାର ୨୪ ଘଣ୍ଟା ନହେଉଣୁ ବିଜେପିରେ ଏଭଳି ପରିସ୍ଥିତି ସୃଷ୍ଟିହେବା ରାଜ୍ୟ ରାଜନୀତିକୁ ଅଧିକ ଚଳଚଞ୍ଚଳ କରିଛି । ଆଗକୁ ରାଜ୍ୟର ପରିସ୍ଥିତି କ’ଣ ହେବ ତାହା ରାଜ୍ୟପାଳଙ୍କ ଉପରେ ନିର୍ଭର କରୁଛି । ଏପଟେ ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ହେବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ସଙ୍କେତକୁ ଅପେକ୍ଷା କରି ବସିଛନ୍ତି । ସଙ୍କେତ ମିଳିବା ମାତ୍ରେ ସେ ଆଗକୁ ବଢ଼ିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 4 =