ପାଟକୁରା ଦଖଲ କଲା ବିଜେଡି, ବିଜେପି ଦେଲା କଡା ଟକ୍କର

0 615

ଭୁବନେଶ୍ୱର/କେନ୍ଦ୍ରାପଡା: ପାଟକୁରା ବିଧାନସଭା ଆସନର ନିର୍ବାଚନ ଫଳାଫଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ନିର୍ବାଚନରେ ବିଜୁ ଜନତା ଦଳର ପ୍ରାଥିିନୀ ସାବିତ୍ରୀ ଅଗ୍ରୱାଲ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨୧୦୪ ଖଣ୍ଡ ଭୋଟ ପାଇଁ ନିର୍ବାଚନରେ ଅମାନତ ହରାଇଛନ୍ତି । ନିର୍ବାଚନ ଫଳାଫଳରୁ ଜଣାପଡିଛି ବିଜେଡି ପ୍ରାର୍ଥୀନି ସାବିତ୍ରୀ ଅଗ୍ରୱାଲ ମୋଟ ୯୬୦୧୭ଖଣ୍ଡ ଭୋଟ ପାଇଥିବା ବେଳେ ବିଜୟଙ୍କୁ ମୋଟ୍ ୭୮୦୯୭ ଖଣ୍ଡ ଭୋଟ ମିଳିଛି ।

hiring

ସେହିପରି କଂଗ୍ରେସ ପ୍ରାର୍ଥୀ ୨୦୧୪ ଭୋଟ ପାଇଛନ୍ତି । ଏଭଳି ସ୍ଥିତିରେ ବିଜେଡିକୁ ନିର୍ବାଚନ ରଣାଙ୍ଗନରେ ବିଜେପି କଡା ଟକ୍କର ଦେଇଥିଲେ ମଧ୍ୟ ପାଟକୁରାବାସୀ ବିଜୟଙ୍କୁ ପ୍ରତ୍ୟାଖାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତାର ସଭାପତି ନବୀନ ପଟ୍ଟନାୟକଙ୍କର ନିର୍ମଳ ଭାବମୂର୍ତ୍ତି ଓ ବିକାଶର ନାରା ପାଟକୁରାବାସୀଙ୍କୁ ପୁଣି ଥରେ ଆକୃଷ୍ଟ କରିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପାଟକୁରାର-ବିକାଶ ନିଜ ହାତକୁ ନେବା ପରେ ପାଟକୁରାବାସୀଙ୍କୁ ନବୀନଙ୍କୁ ଏହି ବିଜୟର ଟିକା ପିନ୍ଧାଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିର ରାଜନୈତିକ ଚର୍ଚ୍ଚ ଫଳାଫଳ ପରେ ଆଜି ଠପ୍ ହୋଇଛି । ତେବେ ଏହାପରେ ବିଜେପୁର ଉପ ନିର୍ବାଚନ ପାଇଁ ପୁଣି ନିର୍ବାଚନୀ ଉଷ୍ଣୁତା ଖୁବଶୀଘ୍ର ରାଜ୍ୟରେ ଦେଖାଯିବ ।

hiranchal ad1
Leave A Reply

Your email address will not be published.

two + 1 =