ଟେଷ୍ଟ ଛକ୍କାରେ ସଚିନଙ୍କ ରେକର୍ଡ଼ର ସମକକ୍ଷ ହେଲେ ଟିମ୍ ସୌଦୀ

0 545

ଗାଲେ,୧୬/୮: ଟେଷ୍ଟ କ୍ରିକେଟରେ ଛକ୍କାରେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟିମ୍ ସୌଦୀ ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ଼ର ସମକକ୍ଷ ହୋଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିବସରେ ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏହି ଇଂନିସରେ ସେ ଦଶ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଅପ୍ ସ୍ପିନର ଧନଞ୍ଜୟ ଡି’ସିଲଭାଙ୍କର ଏକ ବଲକୁ ସେ ଏକ ବିଶାଳ ଛକ୍କାରେ ପରିଣତ କରିଥିଲେ । ଏଥିସହ ଏ କ୍ଷେତ୍ରରେ ସେ ତେନ୍ଦୁଲକରଙ୍କର ସମକକ୍ଷ ହେବାର ଗୌରବ ହାସଲ କରିଛନ୍ତି । ତେନ୍ଦୁଲକର ୩୨୯ଟି ଇଂନିସରୁ ୬୯ଟି ଟେଷ୍ଟ ଚକ୍କା କରିଥିବା ବେଳେ ସୌଦୀ ମାତ୍ର ୮୯ଟି ଇଂନିସିରୁ ଏହି ସଂଖ୍ୟକ ଛକ୍କା ହାସଲ କରିଛନ୍ତି । ଆଉ ଗୋଟିଏ ଚକ୍କା ସହ ସେ ସଚିନ୍ଙ୍କ ଉପରକୁ ଉନ୍ନୀତ ହେବେ । ସର୍ବାଧିକ ଛକ୍କା ମାରିଥିବା ଖେଳାଳିମାନଙ୍କ ତାଲିକାରେ ଯେଉଁମାନଙ୍କ ନାମ ରହିଛି, ସେମାନଙ୍କ ମଧ୍ୟରୁ ପାକିସ୍ତାନର ୟୁନୁସ୍ ଖାଁନ୍ ଅନ୍ୟତମ । ୟୁନୁସ୍ ୨୧୩ଟି ଇଂନିସରୁ ୭୦ଟି ଛକ୍କା ହାସଲ କରିଛନ୍ତି । ତାଲିକାର ଶୀର୍ଷରେ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ତଥା କୋଲକାତା ନାଇଟ୍ ରାଇଡର୍ସର ବର୍ତ୍ତମାନର କୋଚ୍ ବି ମ୍ୟାକ୍କୁଲମ୍ । ସେ ୧୭୬ ଇଂନିସରୁ ୧୦୭ଟି ଚକ୍କା ହାସଲ କରିଛନ୍ତି । ଅନ୍ୟ ଯେଉଁମାନେ ୧୦୦ କିମ୍ବା ତା’ଠରୁ ଅଳ୍ପ ଅଧିକ ଛକ୍କା ହାସଲ କରିଛନ୍ତି, ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ କିପରି ଆଦାମ୍ ଗିଲଖ୍ରିଷ୍ଟ ଅନ୍ୟତମ । ସେ ୧୩୭ଟି ଇଂନିସ୍ ଖେଳି ୧୦୦ ଛକ୍କା କରିଛନ୍ତି । ତାଙ୍କ ତଳକୁ ଅଛନ୍ତି କ୍ରିସ୍ ଗେଲ୍ (୯୮), ଜ୍ୟାକ୍ କାଲିସ୍ (୯୭) ଓ ବୀରେନ୍ଦ୍ର ସେହ୍ୱାଗ (୯୧) ।

hiranchal ad1
Leave A Reply

Your email address will not be published.

twelve − 4 =