ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଫୋକସରେ ବୌଦ୍ଧ

0 638

ବୌଦ୍ଧ : ଚର୍ଚ୍ଚାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । କନ୍ଧମାଳର ସାଂସଦଙ୍କୁ ପାର୍ଲାମେଣ୍ଟରେ ଏଭଳିଭାବେ ଦୃଢ ଉପସ୍ଥାପନା କରିବା ସଂସଦୀୟ ନିର୍ବାଚନ ମଣ୍ଡଳୀର ଲୋକେ ଦେଖିନଥିଲେ । ସେହିପରି ଦେଖିନଥିଲେ ପ୍ରାତଃ ଭ୍ରମଣରେ ପାଦରେ ଚାଲିଚାଲି ଯାଉଥିବା ତାଙ୍କ ସାଂସଦଙ୍କୁ ଯିଏକି ସାଧାରଣରୁ ସାଧାରଣ ଲୋକଙ୍କ ସହ ମିଶି ଅଭାବ ଅସୁବିଧାକୁ ବୁଝୁଥିବ । ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକରେ ମାଗଣା ସ୍ୱାସ୍ଥ୍ୟଶିବିର ଆୟୋଜନ କରି ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳର ଦାବି ପୂରଣ ଓ ସମସ୍ୟାର ସମାଧାନ ପାଇଁ ନିଆରା ପ୍ରୟାସ ଆରମ୍ଭକରି ସେ ହୋଇଯାଇଛନ୍ତି ଚର୍ଚ୍ଚିତ । ଏହି କ୍ରମରେ ବୌଦ୍ଧଜିଲ୍ଲାର ବିକାଶ ଧାରାରେ ମଧ୍ୟ ସାଂସଦ ଶ୍ରୀ ସାମନ୍ତ ସହଯୋଗର ହାତ ବଢାଇଛନ୍ତି । ଗତ ଶନିବାରଦିନ ବୌଦ୍ଧ ନାଗରିକ କମିଟି ତାଙ୍କୁ ଫୁଲବାଣୀରେ ଭେଟି ତାଙ୍କ ନିକଟରେ ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ଓ ବାଇପାସ୍ ନିର୍ମାଣ ପ୍ରସଙ୍ଗ ନେଇ କେତେକ ଦାବି ଉପସ୍ଥାପନ କରିଥିଲା ।

hiring
ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ଓ ବାଇପାସ୍ର ସମୀକ୍ଷା
କିଡ୍ନୀ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିିବିର ଘୋଷଣା
ଜିଲ୍ଲାର ବିକାଶ ପାଇଁ ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ଯୋଜନା ଆହ୍ୱାନ

ଚାରିଦିନ ମଧ୍ୟରେ ସାଂସଦ ଶ୍ରୀ ସାମନ୍ତ ବୌଦ୍ଧରେ ପହଞ୍ଚି ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ସ୍ୱତନ୍ତ୍ର ଭାବେ ଆଲୋଚନା ଓ ସମୀକ୍ଷା କରିଛନ୍ତି । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦ୍ୁ ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୂର୍ଯ୍ୟମଣି ଦାସ ଓ ଜାତୀୟ ରାଜପଥର ଅଧିକାରୀ ମାନଙ୍କ ସହ ବୌଦ୍ଧ ସର୍କିଟ ହାଉସ ଠାରେ ଏନେଇ ସେ ଆଜି ବିଶଦ୍୍ ଭାବେ ଆଲୋଚନା କରିଛନ୍ତି । ଯେଭଳି ଭାବେ ବଲାଙ୍ଗୀର-ଖୋର୍ଦ୍ଧା ରେଳପଥର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ ଓ ବାଇପାସ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସହ କାର୍ଯ୍ୟାରମ୍ଭ ହୋଇପାରିବ ସେ ସଂପର୍କରେ ପ୍ରଶାସନିକ ତତ୍ପରତା ପାଇଁ ସାଂସଦ ଜୋର୍୍ ଦେଇଥିଲେ । ଜିଲ୍ଲାପାଳ କାର୍ଯ୍ୟର ତ୍ୱରାନ୍ୱିତ ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଜାତୀୟ ରାଜପଥ ଅଧିକାରୀଗଣ ଦୁଇମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକରେ କିଡ୍ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାପାଇଁ ଏହାର କାରଣ ଓ ନିରାକରଣ ସଂପର୍କରେ ସାଂସଦ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ସାଂସଦ ଶ୍ରୀ ସାମନ୍ତ କିଡ୍ନୀ ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଖୁବ୍୍ ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି ସାଂସଦ ପ୍ରକାଶ କରିଥିଲେ । ବୌଦ୍ଧଜିଲ୍ଲାର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବାପାଇଁ ଜିଲ୍ଲାପ୍ରଶାସନକୁ ସେ ଅନୁରୋଧ କରିଥିଲେ । ଯେଉଁ ଯୋଜନା ରାଜ୍ୟସ୍ତରରେ ହୋଇପାରିବ ସ୍ଥାନୀୟ ବିଧାୟକମାନଙ୍କ ସହଯୋଗରେ ଏବଂ ଯେଉଁ ଯୋଜନା କେନ୍ଦ୍ରସ୍ତରରେ ହୋଇପାରିବ ସେ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିବେ ବୋଲି ବୈଠକରେ ସୂଚନା ଦେଇଥିଲେ । ସାଂସଦ ପାଣ୍ଠିର ସଦୁପଯୋଗ ଉପରେ ଗୁରୁତ୍ୱ ଦେବାସହ ମିଳିଥିବା ପାଣ୍ଠିର ବିନିଯୋଗ ପତ୍ର ତୁରନ୍ତ ପ୍ରଦାନ କରିବାପାଇଁ ଜିଲ୍ଲା ପ୍ରଶାସନକୁ ସେ ଅନୁରୋଧ କରିଥିଲେ । ବନ୍ୟାରେ ରିଲିଫ ପ୍ରଦାନ ଓ ସହାୟତା ଏବଂ ପରେ କ୍ଷୟକ୍ଷତି ରିପୋର୍ଟ ମିଳିବାପରେ କିଭଳି କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯାଇପାରିବ ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଆଜି ବୌଦ୍ଧ ସହରରେ ସାଂସଦ ଶ୍ରୀ ସାମନ୍ତ ଏକୁଟିଆ ଚାଲିଚାଲି ବନ୍ୟା କ୍ଷତିଗ୍ରସ୍ତ ତଳି ଅଞ୍ଚଳ ବୁଲିଥିବାବେଳେ କଣ୍ଟାମାଳ ଓ ଘଣ୍ଟାପଡା ଅଞ୍ଚଳର କ୍ଷତିଗ୍ରସ୍ତଙ୍କୁ ବିଧାୟକ ମହୀଧର ରଣାଙ୍କ ସହ ଭେଟିଥିଲେ । କଣ୍ଟାମାଳ ଠାରେ ଉପ-ଜିଲ୍ଲାପାଳ ଓ ବିଡିଓଙ୍କ ସହ ସମୀକ୍ଷା ବୈଠକ କରି ସହାୟତାର ସୂତ୍ର ବାହାର କରିଥିଲେ । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଏହି ଗସ୍ତ ଖୁବ୍୍ ଚର୍ଚ୍ଚାରେ ରହିଥିବାବେଳେ ସାଧାରଣରେ ତାଙ୍କ ପ୍ରତି ଆସ୍ଥା ବୃଦ୍ଧିପାଇଛି । ବୌଦ୍ଧ ଅଞ୍ଚଳର ଉନ୍ନତି ପାଇଁ ଦଳମତ ନିର୍ବିଶେଷରେ ଅନେକ ବୁଦ୍ଧିଜୀବୀ ତାଙ୍କର ଏହି ତ୍ୱରିତ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eight − eight =