କିଆକଟା ଅଞ୍ଚଳରେ ବନ୍ୟାଞ୍ଚଳ ବୁଲି ଦେଖିଲେ ଆଠମଲ୍ଲିକ ବିଧାୟକ

0 864

ଆଠମଲ୍ଲିକ : ଲଘୁଚାପ ପ୍ରଭାବରେ ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ପରିସ୍ଥିତି ମହାନଦୀରେ ଦେଖାଦେଇଛି । ଆଠମଲ୍ଲିକ ବ୍ଲକ ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରି ଜନଜୀବନ ନଷ୍ଟ କରିଛି । ଫଳସ୍ୱରୂପ କିଆକଟା ପଞ୍ଚାୟତ ଅନ୍ତର୍ଗତ ହଲେଇ ଗ୍ରାମରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରି ଚାଷଜମି ଜଳମଗ୍ନ ହେବା ସହ ଗାଁକୁ ମଧ୍ୟ ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।

hiring

ଏହାର ଖବର ପାଇଁ ଆଠମଲ୍ଲିକ ବିଧାନୟକ ରମେଶ ସାଏ ତତକ୍ଷଣାତ ଏହି ଗ୍ରାମ ପରିଦର୍ଶନ ଆସିବା ସହ ଗ୍ରାମବାସୀଙ୍କ ସହ କିପରି ବନ୍ୟା ପରିସ୍ଥିତିର ମୁକାବିଲା କରାଯିବ ସେ ସଂପର୍କରେ ଆଲୋଚନା କରିଛନ୍ତି । ସେହିପରି ଆଖପାଖ ଗ୍ରାମକୁ ମଧ୍ୟ ଶ୍ରୀ ସାଏ ଯାଏ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ସେହିପରି ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗ ଭୋଇପଡା ଗ୍ରାମକୁ ମଧ୍ୟ ବିଧାୟକ ଶ୍ରୀ ସାଏ ଗସ୍ତ କରି ଅଂଚଳର ବନ୍ୟା ସ୍ଥିତି ପରିିଖିଛନ୍ତି । ଏହି ଗସ୍ତ ରେ କିଆକଟା ରାଜସ୍ୱ ନିରୀକ୍ଷକ ବିପିନ କୁମାର ହୋତା, ସହକାରୀ ରାଜସ୍ବନିରୀକ୍ଷକ ପରେଶଚନ୍ଦ୍ର ପ୍ରଧାନ, କିଆକଟା ସରପଞ୍ଚ ସୋମନାଥ ମଲ୍ଲିକ, ବାସୁଦେବପୁର ସରପଞ୍ଚ ଟୁନା କର୍ଣ୍ଣ, ଋଷଭ ପାଣ୍ଡେ,ଦୁଃଖିଶ୍ୟାମ ରାଉଳ, ଉପେନ୍ଦ୍ର କର୍ଣ୍ଣ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

20 − three =