ଡେଭିସ୍ କପ୍ : ୫୫ ବର୍ଷ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଯିବ ଭାରତ

0 589

ନୂଆଦିଲ୍ଲୀ: ଡେଭିସ୍ କପ୍ ଖେଳିବା ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଯିବ । ଦୀର୍ଘ ୫୫ ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତ ଏହି ଗସ୍ତରେ ଯିବ । ନିଖିଳ ଭାରତ ଟେନିସ୍ ଆସୋସିଏସନ୍ (ଆଇଟା)ର ମହାସଚିବ ହିରଣ୍ମୟ ଚାଟାର୍ଜୀ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯାହା ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି ତାହା ସଂପୂର୍ଣ୍ଣ ସତ୍ୟ । ଆମେ ଏହି ଗସ୍ତରେ ଯାଉଛୁ । ଏହା ଏକ ଦ୍ୱିପାକ୍ଷିକ ସିରିଜ୍ ନୁହେଁ । ଏହା ଟେନିସ୍ର ଏକ ବିଶ୍ୱକପ୍ । ଏଣୁ ଆମକୁ ଯିବାକୁ ପଡ଼ିବ । ଏହା ଏକ ବିଶ୍ୱସ୍ତରୀୟ ଇଭେଣ୍ଟ ହୋଇଥିବାରୁ ସରକାରଙ୍କ ସହିତ ଆଲୋଚନାର କୌଣସି ଆବଶ୍ୟକତା ନାହିଁ । ଆମକୁ ଆଇଓସି ଚାର୍ଟର ଆଧାରରେ କାର୍ଯ୍ୟ କରିବାକୁ ପଡ଼ିବ । ଛଅଜଣିଆ ଟିମ୍, ସପୋର୍ଟ ଷ୍ଟାଫ୍ ଓ କୋଚ୍ ଏହି ଗସ୍ତରେ ସାମିଲ୍ ହେବେ । ମୁଁ ମଧ୍ୟ ଟିମ୍ ସହ ଯିବି । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଭିସା ଆବେଦନ କରାଯିବ । ହକି ବିଶ୍ୱକପ୍ ପାଇଁ ପାକିସ୍ତାନ ହକି ଦଳ ଭାରତ ଗସ୍ତରେ ଆସିଥିଲେ । ବର୍ତ୍ତମାନ ଆମେ ସେଠାକୁ ଖେଳିବାକୁ ଯାଉଛୁ । ଗତ ଫେବୃଆରୀ ମାସରେ ଡେଭିସ୍ କପ୍ ଡ୍ର’ ଟୁର୍ଣ୍ଣାମେଣ୍ଟ ଖେଳାଯିବାର ଥିଲା । କିନ୍ତୁ ପୁଲୱାମାରେ ଆତଙ୍କବାଦୀ ହମ୍ଲା ଯୋଗୁଁ ତାହାକୁ ବାତିଲ୍ କରିଦିଆଯାଇଥିଲା । ସେହିଭଳି ଦ୍ୱିପାକ୍ଷିକ କ୍ରିକେଟ୍ରେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନିଶ୍ଚିତତା ଲାଗି ରହିଛି । ୨୦୦୭ରେ ଭାରତୀୟ କ୍ରିକେଟ୍ ଟିମ୍ ଶେଷ ଥର ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲା । ତା’ପରଠୁ ଆଉ କୌଣସି ଟିମ୍ ପାକିସ୍ତାନକୁ ଯାଇନାହିଁ । ୨୦୦୬ରେ ପାକିସ୍ତାନ ସହ ଭାରତ ଶେଷ ଥର ପାଇଁ ଡେଭିସ୍ କପ୍ ଖେଳିଥିଲା । ଏହା ଭାରତରେ ଅନୁଷ୍ଠିତ ହୋଇଥିଲା । ସେଥିରେ ଭାରତ ୩-୨ରେ ବିଜୟୀ ହୋଇଥିଲା ।

hiranchal ad1
Leave A Reply

Your email address will not be published.

five × two =